ମାଲକାନଗିରି ମଞ୍ଚରେ ମୁଖ୍ୟମନ୍ତ୍ରୀ ସହୀଦଙ୍କୁ ଅସମ୍ମାନ କରିଛନ୍ତି: କଂଗ୍ରେସ
ମାଲକାନଗିରି , ୧୭ ନଭେମ୍ବର (ହି.ସ.)ଜିଲ୍ଲା କଂଗ୍ରେସ ଭବନ ଠାରେ ଆଜି ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗତ ୧୫ ନଭେମ୍ବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ରାଜ୍ୟସ୍ତରୀୟ ଆଦିବାସୀ ଗୌରବ ଦିବସ କା
ମାଲକାନଗିରି ମଞ୍ଚରେ ମୁଖ୍ୟମନ୍ତ୍ରୀ ସହୀଦଙ୍କୁ ଅସମ୍ମାନ କରିଛନ୍ତି: କଂଗ୍ରେସ


ମାଲକାନଗିରି , ୧୭ ନଭେମ୍ବର (ହି.ସ.)ଜିଲ୍ଲା କଂଗ୍ରେସ ଭବନ ଠାରେ ଆଜି ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଗତ ୧୫ ନଭେମ୍ବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ରାଜ୍ୟସ୍ତରୀୟ ଆଦିବାସୀ ଗୌରବ ଦିବସ କାର୍ଯ୍ୟକ୍ରମରେ ନିଜ ଭାଷଣ ସମୟରେ ଗାନ୍ଧୀ ପରିବାର ଇନ୍ଦିରା ଗାନ୍ଧୀ , ରାଜିବ ଗାନ୍ଧୀ ଏବଂ ସହୀଦ ଲକ୍ଷ୍ମଣ ନାୟକଙ୍କ ପରିବାର ପ୍ରତି ଅସମ୍ମାନ ଜଣକ ମନ୍ତବ୍ୟ ପ୍ରଦାନ କରିବା ଘଟଣାକୁ ନେଇ କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ମନୋରଞ୍ଜନ ତ୍ରିପାଠୀ ନିନ୍ଦା ପ୍ରକାଶ କରିଛନ୍ତି। ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବସିଥିବା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କୁ ମଞ୍ଚରେ ମାଇକ ନଦେବା, ବିଧାୟକ ମଙ୍ଗୁ ଖିଲ ଙ୍କୁ ଗଣଶିକ୍ଷା ତଥା ପଛୁଆ ବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିକଟରେ ଡାକି ଟିପ୍ପଣୀ କରିବା ଘଟଣାକୁ ଦୃଢ଼ ନିନ୍ଦା କରିଛି କଂଗ୍ରେସ ଦଳ । ଆଗାମୀ ଦିନରେ ବିଜେପି ଦଳ ଯଦି ଏଭଳି ମନ୍ତବ୍ୟ ଦିଅନ୍ତି କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯିବ। କଂଗ୍ରେସ ର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଗୋବିନ୍ଦ ପାତ୍ର, ସମ୍ପାଦକ ପଦ୍ମଚରଣ ପାଙ୍ଗି,ବରିଷ୍ଠ କଂଗ୍ରେସ ନେତା ପ୍ରାଣକୃଷ୍ଣ ମଣ୍ଡଳ,ପି.କେଶୁ ରାଓ, ସନ୍ତୋଷ ପଟ୍ଟନାୟକ, ଛବି ଦାସ, ଭାସ୍କର ଫଟକା , କୃଷ୍ଣ ଅନୁଗୁ , ଲଲାଟେନ୍ଦୁ ପଟ୍ଟନାୟକ ଙ୍କ ସମେତ କଂଗ୍ରେସର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande