ସାଇଟ କଲେଜରେ ଶିଶୁ ସୁରକ୍ଷା ଓ ସଚେତନତା ଶିବିର
ବଲାଙ୍ଗିର, 17 ନଭେମ୍ବର (ହି.ସ.) - ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ କଲେଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ସହାୟତା ସେବା ୧୦୯୮, ବଲାଙ୍ଗିର ତରଫରୁ ଶିଶୁସୁରକ୍ଷା ଓ ଶିଶୁ ଅଧିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ସିଂ କଲେଜର ପ୍ରିନ୍ସିପାଲ ସ୍
ସାଇଟ କଲେଜରେ ଶିଶୁ ସୁରକ୍ଷା ଓ ସଚେତନତା ଶିବିର


ବଲାଙ୍ଗିର, 17 ନଭେମ୍ବର (ହି.ସ.) - ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ କଲେଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ଶିଶୁ ସହାୟତା ସେବା ୧୦୯୮, ବଲାଙ୍ଗିର ତରଫରୁ ଶିଶୁସୁରକ୍ଷା ଓ ଶିଶୁ ଅଧିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ସିଂ କଲେଜର ପ୍ରିନ୍ସିପାଲ ସ୍ନିଗଧାମିନତୀ ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଏବଂ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ସାମାଜିକ ସଚେତନତାମୂଳକ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଶିଶୁସୁରକ୍ଷା, ଶିଶୁଅଧିକାର, ଶିଶୁଶ୍ରମ ନିରାକରଣ ଏବଂ ଶିଶୁମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ନିର୍ଯ୍ୟାତନା ବିରୋଧରେ ସମ୍ମାନିତ ଅତିଥି ରୂପେ ଜିଲ୍ଲାରୁ ଆସିଥିବା ରିସୋର୍ସ ପର୍ସନ ଅରୁଣ କୁମାର ଖୁଆସ, ମିଲି ମଲ୍ଲିକ, ବସନ୍ତ ହରପାଲ, ଶୁଭମ୍ ଜୈନ ସଚେତନତା ରହିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ଅସହାୟ ଓ ବିପଦରେ ଥିବା ଶିଶୁମାନଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ନିଃଶୁଳ୍କ ଶିଶୁ ସହାୟତା ହେଲ୍ପଲାଇନ୍ ନମ୍ବର ୧୦୯୮ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଶିବିରରେ ବହୁ ଛାତ୍ରଛାତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠୀ, ଅଧ୍ୟାପକ ଅଶୋକ କୁମାର ପଧାନ, ଜୟନ୍ତ ପଟେଲ, ମହମ୍ମଦ କାଜିମ, ଭାଗବତ ଅଦାବରିଆ, ସୁବାଷ ଦାଶ, ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନର୍ସିଂ ଉପାଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande