
ଗଞ୍ଜାମ, ୧୭ ନଭେମ୍ବର (ହି.ସ.)- ଖଲ୍ଲିକୋଟ ଖେଳ ପଡ଼ିଆ ମୁଖ୍ୟ ଫାଟକ ଆଗରୁ ସାଇକେଲ ଚୋରି କରି ଖସୁଥିବା ବେଳେ ଲୋକଙ୍କ ସହାୟତାରେ ଚୋର ଧରାପଡ଼ିଲା। ତାଲା ଭଙ୍ଗା ଯାଇଥିଲା। ପଚରାଉଚରାରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ବହୁ ସାଇକେଲ ଚୋରି କରିଥିବା ସ୍ୱୀକାର କଲା ଅଭିଯୁକ୍ତ । ତା'ର ଲାଞ୍ଜିପଲ୍ଲୀ ଘର ପାଖରୁ ୧୦ଟି ଚୋରି ସାଇକେଲ ଜବତ ହେବା ସହ ଚୋରି ସାଇକେଲ କିଣିଥିବା ଲୋକଙ୍କ ପତ୍ତା ମିଳିଛି ।
ଗିରିଫ ସାଇକେଲ ଚୋର ହେଲା ରାମନଗର ୩ୟ ଲେନ୍, ଲାଞ୍ଜିପଲ୍ଲୀର ସନ୍ତୋଷ ଦୋରା (୩୨)। ପୂର୍ବରୁ ବୈଦ୍ୟନାଥପୁର ଥାନାରେ ମଧ୍ଧ ତା'ନାମରେ ୨ଟି ମାମଲା ରହିଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ