ଦେବ୍ରିଗଡ଼ରେ ଠାବ ବାଘର ପରିଚୟ ନିଶ୍ଚିତ କଲା ଏନଟିସିଏ : ଛତିଶଗଡ଼ର ଉଦନ୍ତୀ ସୀତାନଦୀରୁ ବରନୱାପାରା ଦେଇ ଦେବ୍ରିଗଡ଼କୁ ଆସିଛି ଏହି ୫ ବର୍ଷିୟ ବାଘ
ଦେବ୍ରିଗଡ଼ରେ ଠାବ ବାଘର ପରିଚୟ ନିଶ୍ଚିତ କଲା ଏନଟିସିଏ
ଦେବ୍ରିଗଡ଼ରେ ଠାବ ବାଘର ପରିଚୟ ନିଶ୍ଚିତ କଲା ଏନ୍ଟିସିଏ : ଛତିଶଗଡ଼ର ଉଦନ୍ତୀ ସୀତାନଦୀରୁ ବରନୱାପାରା ଦେଇ ଦେବ୍ରିଗଡ଼କୁ ଆସିଛି ଏହି ୫ ବର୍ଷିୟ ବାଘ ।


ଦେବ୍ରିଗଡ଼ରେ ଠାବ ବାଘର ପରିଚୟ ନିଶ୍ଚିତ କଲା ଏନ୍ଟିସିଏ : ଛତିଶଗଡ଼ର ଉଦନ୍ତୀ ସୀତାନଦୀରୁ ବରନୱାପାରା ଦେଇ ଦେବ୍ରିଗଡ଼କୁ ଆସିଛି ଏହି ୫ ବର୍ଷିୟ ବାଘ ।


ସମ୍ବଲପୁର, ୧୭ ନଭେମ୍ବର (ହି.ସ.)- ଦେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଅଣ୍ଡିରା ମହାବଳ ବାଘର ପରିଚୟକୁ ନିଶ୍ଚିତ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) । ନଭେମ୍ବର ୯ ତାରିଖରେ ଦେବ୍ରିଗଡ଼ ଅଞ୍ଚଳରେ ପ୍ରଥମଥର ପାଇଁ କ୍ୟାମେରା ଟ୍ରାପ୍ ରେ କଏଦ ହୋଇଥିବା ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ୨୦୨୫ ମସିହାରେ ଚିହ୍ନଟ ହୋଇଥିବା ସେହି ବାଘ ବୋଲି ସ୍ପଷ୍ଟ ହୋଇଛି।

ଛତିଶଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋ ଓ ଅନ୍ୟାନ୍ୟ କ୍ଷେତ୍ରୀୟ ତଥ୍ୟର ଯାଞ୍ଚ କରାଯାଇଥିଲା। ବାଘର ଶରୀରରେ ଥିବା ଡୋରାର ନକ୍ସା ମେଳ କରିବା ପରେ ଏହାର ପରିଚୟ ନିଶ୍ଚିତ ହୋଇଥିଲା। ଏହାଦ୍ୱାରା ବାଘଟିର ଯାତ୍ରାପଥ ମଧ୍ୟ ଚିହ୍ନଟ କରାଯାଇଛି।

ଉପଲବ୍ଧ ତଥ୍ୟ ଅନୁଯାୟୀ, ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରୁ ବାହାରି ବରନୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳରେ ପହଞ୍ଚିଛି। ବାଘଟିର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଆକଳନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande