
ଗଞ୍ଜାମ ୧୭ ନଭେମ୍ୱର (ହିସ) - ମଣ୍ଡିଆପଲ୍ଲୀରେ ନିର୍ମାଣାଧୀନ ଘରର ତାଲା ଭାଙ୍ଗି ବିଦ୍ୟୁତ୍ ତାର, ୱାଟର ମୋଟର ପମ୍ପ, ପାଇପ୍ ଓ ରାଜମିସ୍ତ୍ରୀ ଜିନିଷ ଚୋରି କରି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଧରି ଗୋପାଳପୁରଥାନା ପୁଲିସକୁ ଜିମା ଦେଇଥିଲେ। ତାଠାରୁ ଜବତହୋଇଛି ୫୦ ମିଟର ବିଦ୍ୟୁତ୍ ତାର, ମୋନୋବ୍ଲକ୍ ମୋଟର ପମ୍ପ, ଫାଇବର ପାଇପ୍ ସହ ଅନ୍ୟାନ୍ୟ ସାମଗ୍ରୀ । ଗିରଫ ବ୍ୟକ୍ତି ଜଣକ ହେଲେ କାଳୁଆ ସାହି, ଗୋସାଣୀନୂଆଗାଁର ଶିବ ଶଙ୍କର ସାବତ (୪୦) । ତା ନାମରେ ପୂର୍ବରୁ ଗୋପାଳପୁର, ଗୋସାଣୀନୂଆଗାଁ, ବୈଦ୍ୟନାଥପୁର, ଟାଉନ୍ ଓ ଗୋଳନ୍ଥରା ଥାନାରେ ୨୦ଟି ଘରଭଙ୍ଗା, ଚୋରି ଓ ଅବକାରୀ ମାମଲା ରହିଛି। ୧୭.୧୧.୨୬ ସକାଳ ୮.୩୦ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ