ଦୟଣା ଶ୍ରୀକ୍ଷେତ୍ର, ସିରିପେଟାରେ ଗୋପାଷ୍ଟମୀ ଉତ୍ସବ ପାଳିତ
ମାଲକାନଗିରି, ୧୭ ନଭେମ୍ବର (ହି.ସ.)- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଗୋପାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ବିଶେଷ ମାଙ୍ଗଳିକ କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜଙ୍କ
ଦୟଣା ଶ୍ରୀକ୍ଷେତ୍ର, ସିରିପେଟା ରେ ଗୋପାଷ୍ଟମୀ ଉତ୍ସବ ପାଳିତ


ମାଲକାନଗିରି, ୧୭ ନଭେମ୍ବର (ହି.ସ.)- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଗୋପାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ବିଶେଷ ମାଙ୍ଗଳିକ କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜଙ୍କ ପୈ।ରହିତ୍ୟରେ ବିଧିବିଧାନ ଅନୁସାରେ ଗୋପୂଜନ ଓ ସ°ସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସିରିପେଟା ମନ୍ଦିର ମୁଖ୍ୟ ପୂଜକ ବ୍ରହ୍ମାନନ୍ଦ ଦାସ, ସହାୟକ ପୂଜକ ହରି ମାଢୀ, ସମାଜସେବୀ ପଦ୍ମ ଚରଣ ପଣ୍ଡା, ଭଗବାନ ସାହୁ, ହୃଷୀକେଶ ସେଠୀ ଓ ମୁଖ୍ୟକର୍ତ୍ତା ଭାବେ ଗଣେଶ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମେ ଗୋମାତାଙ୍କୁ ଜଳ ସ୍ନାନ କରେଇବା ପରେ ପୂଜାର୍ଚ୍ଚନା କରାଯାଇଥିଲା ଓ ପରେ ପରେ ଘାସ, କୁଣ୍ଡା ଓ ଗୁଡ ଖାଇବାକୁ ଦିଆଯାଇଛି । ପଞ୍ଚାମୃତ ପାନ ସହ ଗୋପାଷ୍ଟମୀ ଉତ୍ସବର ପରିସମାପ୍ତି ହୋଇଥିଲା । ଏହି ଉତ୍ସବରେ ବାପନପାଲ୍ଲୀ, ଗଙ୍ଗଲା, ସରଗୀଗୁଡା ଓ ସିରିପେଟା ଗ୍ରାମର ପ୍ରାୟ ୭୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଭକ୍ତ ଉପସ୍ଥିତ ରହି ଗୋମାତା ଓ ଆଚାର୍ଯ୍ୟ ମାନଙ୍କ ଆଶିର୍ବାଦ ଲାଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande