ପୃଥିରାଜ ଗୋଶାଳାରେ ଗୋପାଷ୍ଟମୀ ଉତ୍ସବ ପାଳନ
ବଲାଙ୍ଗିର, ୧୭ ନଭେମ୍ବର (ହି.ସ.)- ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ହେଉଛି ଏକ ପବିତ୍ର ହିନ୍ଦୁ ପର୍ବ, ଯାହା ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ନଭେମ୍ବର ୧୭ ତାରିଖ ଦିନ ଏହି ଅଷ୍ଟମୀ ତିଥିରେ ସ୍ଥାନିୟ ପୃଥିରାଜ ଗୋଶାଳାରେ ଗୋପାଷ୍ଟମୀ ଉତ୍ସବ ପାଳନ କରା
ପୃଥିରାଜ ଗୌସଲା ରେ ଗୋପାଷ୍ଟମୀ ଉତ୍ସବ ପାଳନ


ପୃଥିରାଜ ଗୌସଲା ରେ ଗୋପାଷ୍ଟମୀ ଉତ୍ସବ ପାଳନ


ପୃଥିରାଜ ଗୌସଲା ରେ ଗୋପାଷ୍ଟମୀ ଉତ୍ସବ ପାଳନ


ବଲାଙ୍ଗିର, ୧୭ ନଭେମ୍ବର (ହି.ସ.)- ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ହେଉଛି ଏକ ପବିତ୍ର ହିନ୍ଦୁ ପର୍ବ, ଯାହା ପ୍ରତିବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଚଳିତ ବର୍ଷ ନଭେମ୍ବର ୧୭ ତାରିଖ ଦିନ ଏହି ଅଷ୍ଟମୀ ତିଥିରେ ସ୍ଥାନିୟ ପୃଥିରାଜ ଗୋଶାଳାରେ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ସକାଳୁ ଗୋମାତା ମାନଙ୍କୁ ସ୍ନାନ କରାଯାଇ ତାଙ୍କୁ ପୂଜନ କରିବା ସହିତ ଭକ୍ତ ମାନେ ଆସି ପୂଜାର୍ଚ୍ଚନା କରିବା ସହିତ ସେମାନଙ୍କୁ ଖାଦ୍ୟ ଅର୍ପଣ କରିଥଲେ। ଗୋଶାଳା ପରିଚାଳନା କମିଟି ସଦସ୍ୟ ମାନେ କରିଥିବା ଉତ୍ସବରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନଗରର ବିଭିନ୍ନ ବର୍ଗର ଗୋଭକ୍ତ ଗୋ ସେବା ପାଇଁ ନିଜର ସାଧ୍ୟ ମତେ ଅନୁଷ୍ଠାନ କୁ ଆର୍ଥିକ ସହଯୋଗ କରିବା ସହିତ ବିଭିନ୍ନ ଭକ୍ତ ତୁଳା ଦାନ କରିଥଲେ। ନିଜ ଓଜନ ର ମାପରେ କିଲୋ ପ୍ରତି ୩୦ ଟଙ୍କା ଦରରେ ଗୋ ସେଵା ପାଇଁ ଦାନ ଗ୍ରହଣ କରାଯାଇଥିବା କମିଟି ସଭାପତି ନରେନ୍ଦ୍ର କୁମାର ଜୈନ ପ୍ରକାଶ କରି କହିଲେ ଯେ, ଗୋମାତା ଗୃଷ୍ଟିର ବୃକ୍ଷ ଲତା ଭଳି ଗୋବଂଶରୁ ଆମେ ଅମ୍ଳଜାନ ପାଇଥାଉ ଏହାର ସଂପର୍କ ଆମକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ ଆମକୁ ନିରୋଗ ରଖିଥାଏ ଅମେ ମା ରୁପରେ ପୂଜା କରି ତା'ର ସେଵା କରୁ।

କମିଟି ଅନ୍ୟ ମାନଙ୍କ ସହିତ ସମ୍ପାଦକ ପ୍ରଫୁଲ୍ଲ ଜୈନ, ସନ୍ତୋଷ ଅଗ୍ରୱାଲ ଅନ୍ୟ ସଭ୍ୟମାନଙ୍କ ସହଯୋଗରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ନଗରପାଳ ଶ୍ରୀମତୀ ସାହୁ ଗୋଶାଳା ପରିବେଶକୁ ବୁଲି ଦେଖିବା ସହିତ ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande