ଇଜିଇଜିପ୍ଟର ଇନ୍ଫିନିଟି ଏନର୍ଜି ସହ ଯାନବାହନ ନିର୍ମାଣ ଓ ସହଯୋଗ ନେଇ ଗୋୟଲଙ୍କ ଆଲୋଚନା
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କାହିରାରେ ଇଜିପ୍ଟର ନବୀକରଣୀୟ ଶକ୍ତି କମ୍ପାନୀ ଇନ୍ଫିନିଟି ଏନର୍ଜିର ଅଧ୍ୟକ୍ଷ ମହମ୍ମଦ ଇସ୍ମାଇଲ ମନସୁରଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଯାନବାହନ ନିର୍ମାଣ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷ
इन्फिनिटी एनर्जी के चेयरमैन मोहम्मद इस्माइल मंसूर के साथ बैठक करते गोयल


इन्फिनिटी एनर्जी के चेयरमैन मोहम्मद इस्माइल मंसूर के साथ बैठक करते गोयल


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କାହିରାରେ ଇଜିପ୍ଟର ନବୀକରଣୀୟ ଶକ୍ତି କମ୍ପାନୀ ଇନ୍ଫିନିଟି ଏନର୍ଜିର ଅଧ୍ୟକ୍ଷ ମହମ୍ମଦ ଇସ୍ମାଇଲ ମନସୁରଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଯାନବାହନ ନିର୍ମାଣ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନୁସନ୍ଧାନ କରିବା ନେଇ ଆଲୋଚନା ହୋଇଥିଲା।

ମଙ୍ଗଳବାର ପୀୟୂଷ ଗୋୟଲ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଇନ୍ଫିନିଟି ଏନର୍ଜିର ଅଧ୍ୟକ୍ଷ ମହମ୍ମଦ ଇସ୍ମାଇଲ ମନସୁରଙ୍କ ସହ ସାକ୍ଷାତ କରି ସମ୍ଭାବ୍ୟ ସୁଯୋଗଗୁଡ଼ିକ ଉପରେ ଆଲୋଚନା କଲି। ଇଜିପ୍ଟର ପ୍ରମୁଖ ଶିଳ୍ପପତିମାନଙ୍କ ମଧ୍ୟରେ ଭାରତ ସହ ସମ୍ପର୍କ ଓ ସହଭାଗିତା ବୃଦ୍ଧି କରିବା ପାଇଁ ଆଗ୍ରହ ବଢ଼ୁଛି।”

କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଇଜିପ୍ଟର ନବୀକରଣୀୟ ଶକ୍ତି କମ୍ପାନୀ ଇନ୍ଫିନିଟି ଏନର୍ଜିର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଯାନବାହନ ନିର୍ମାଣ ଓ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷେତ୍ରରେ ସହଯୋଗର ସମ୍ଭାବନା ନେଇ ମଧ୍ୟ ଆଲୋଚନା କରିଥିଲେ।

ଗୋୟଲ ଲେଖିଛନ୍ତି, “ଯାନବାହନ ନିର୍ମାଣ, ଇଲେକ୍ଟ୍ରିକ୍ ଯାନ (ଇଭି), ଯାନବାହନ ଯନ୍ତ୍ରାଂଶ, ଆର୍ଥିକ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପେମେଣ୍ଟ, ନବୀକରଣୀୟ ଶକ୍ତି, ଲଜିଷ୍ଟିକ୍ସ, ଗୋଦାମ ବ୍ୟବସ୍ଥା ଏବଂ ଯୋଗାଣ ଶୃଙ୍ଖଳା ଭଳି କ୍ଷେତ୍ରରେ ସହଯୋଗର ଉତ୍ତମ ସମ୍ଭାବନା ରହିଛି।”

ସେ କହିଛନ୍ତି ଯେ, ଭାରତର ବିଶାଳ ଓ ଦ୍ରୁତଗତିରେ ବିକାଶଶୀଳ ବଜାର, ସୁଦୃଢ଼ ଉତ୍ପାଦନ ବ୍ୟବସ୍ଥା, ଦକ୍ଷ ମାନବ ସମ୍ବଳ ଏବଂ ନିବେଶ ଅନୁକୂଳ ପରିବେଶ ଇଜିପ୍ଟର ବ୍ୟବସାୟୀମାନଙ୍କ ପାଇଁ ଭାରତର ବିକାଶ ଯାତ୍ରାରେ ସାମିଲ ହେବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande