ପ୍ରଧାନମନ୍ତ୍ରୀ ମୋଦୀ ଫିଲିପାଇନ୍ସ ରାଷ୍ଟ୍ରପତି ମାର୍କୋସଙ୍କ ସହ କଲେ ସାକ୍ଷାତ, ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ସମୀକ୍ଷା
ମନିଲା, ୧୭ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମନିଲାଠାରେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର ମାର୍କୋସ ଜୁନିୟରଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ପ୍ରତିରକ୍ଷା ଓ ସୁରକ୍ଷା, ମହାକାଶ, ରେଳବାଇ ଭିତିଭୂମି, ଆର୍ôଥକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ନିବେଶ
मनीला में आसियान शिखर सम्मेलन से इतर मंगलवार को फिलीपींस के राष्ट्रपति फर्डिनेंड आर. मार्कोस जूनियर से मुलाकात करते प्रधानमंत्री नरेन्द्र मोदी।


ମନିଲା, ୧୭ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମନିଲାଠାରେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର ମାର୍କୋସ ଜୁନିୟରଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ପ୍ରତିରକ୍ଷା ଓ ସୁରକ୍ଷା, ମହାକାଶ, ରେଳବାଇ ଭିତିଭୂମି, ଆର୍ôଥକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଏବଂ ନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ଏହା ସହିତ ଆଂଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଏହି ସାକ୍ଷାତ ହୋଇଥିଲା। ଚଳିତ ବର୍ଷ ଆସିଆନ୍ର ସଫଳ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଫିଲିପାଇନ୍ସକୁ ଅଭିନନ୍ଦନ ଜଣାଇଥିଲେ। ୨୦୨୪ରୁ ଆସିଆନ୍ରେ ଭାରତର ଦେଶ ସଂଯୋଜକ ଭାବେ ଫିଲିପାଇନ୍ସର ଭୂମିକା ଏବଂ ଭାରତ-ଆସିଆନ୍ ସମ୍ପର୍କକୁ ସୁଦୃଢ଼ କରିବାରେ ଏହାର ନିରନ୍ତର ସହଯୋଗକୁ ସେ ପ୍ରଶଂସା କରିଥିଲେ।

ଉଭୟ ନେତା ସେପ୍େଟମ୍ବର ୨୦୨୬ରେ ନୂଆଦିଲ୍ଲୀଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ହୋଇଥିବା ପୂର୍ବ ସାକ୍ଷାତକୁ ମଧ୍ୟ ସ୍ମରଣ କରିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ୍ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ମାର୍କୋସ ଜୁନିୟରଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ।

ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ମାର୍କୋସ ଜୁନିୟରଙ୍କ ଭାରତକୁ ସରକାରୀ ଗସ୍ତ ସମୟରେ ପ୍ରତିଷ୍ଠିତ ରଣନୈତିକ ଭାଗିଦାରୀ ଅଧୀନରେ ବିଭିନ୍ନ କ୍ଷେତ୍ରରେ ବଢ଼ିଥିବା ସହଯୋଗକୁ ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ। ପ୍ରତିରକ୍ଷା ଓ ସୁରକ୍ଷା, ମହାକାଶ, ରେଳବାଇ ଭିତିଭୂମି, ଆର୍ôଥକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ନେଇ ମଧ୍ୟ ଉଭୟ ଆଲୋଚନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande