
ଗଂଜାମ, 17 ନଭେମ୍ବର (ହି.ସ.) ବୈଦ୍ୟନାଥପୁର ଥାନା କେସ୍ ନଂ 373/2022 -ମାମଲାରେ ମଦ୍ୟପ ଅବସ୍ଥାରେ ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କ ଘରେ ପଶି ତାଙ୍କ ପୁଅଙ୍କୁ ଖଣ୍ଡା, ଓ, ଲୁହା ରଡ୍ରେ ହତ୍ୟା ଉଦ୍ୟମ କରିଥିଲେ। ବଞ୍ଚାଇବାକୁ ଆସିଥିବା ମା'ଙ୍କୁ ମଧ୍ୟ ମାଡ଼ ମାରି ଅସଦାଚରଣ କରିବା ସହ ବୋମା ଫୁଟାଇ ମାରିବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଗିରଫ ହୋଇଛି ଛତ୍ରପୁର ଦାନିଆର କାହ୍ନା ବେହେରା (23) । ସେ ବର୍ତ୍ତମାନ ରେଡିକା ସାହି, ଲାଞ୍ଜିପଲ୍ଲୀ ରହୁଛି। ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବାକୁ ଲିସ ତଦନ୍ତ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ