ଆଇଆଇଟିଏଫ୍ ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଚାହିଦା; ପାଭିଲିୟନରେ ବିକ୍ରି ୧୦ ଲକ୍ଷ ଟଙ୍କା ଅତିକ୍ରମ
ନୂଆଦିଲ୍ଲୀ /ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ନୂଆଦିଲ୍ଲୀର ଭାରତ ମଣ୍ଡପମ୍ (ହଲ୍-୩) ଠାରେ ଆୟୋଜିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନରେ ରାଜ୍ୟର ବିଭିନ୍ନ କୃଷିଜାତ ଦ୍ରବ୍ୟ ପାଇଁ ବ୍ୟାପକ ଚାହିଦା ଦେଖିବାକୁ ମିଳୁଛି। ପାରମ୍ପରିକ ଚାଉଳ, ସୁଗନ୍ଧିତ ଚ
ଆଇଆଇଟିଏଫ୍ ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଚାହିଦା; ପାଭିଲିୟନରେ ବିକ୍ରି ୧୦ ଲକ୍ଷ ଟଙ୍କା ଅତିକ୍ରମ


ନୂଆଦିଲ୍ଲୀ /ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ନୂଆଦିଲ୍ଲୀର ଭାରତ ମଣ୍ଡପମ୍ (ହଲ୍-୩) ଠାରେ ଆୟୋଜିତ ୪୫ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନରେ ରାଜ୍ୟର ବିଭିନ୍ନ କୃଷିଜାତ ଦ୍ରବ୍ୟ ପାଇଁ ବ୍ୟାପକ ଚାହିଦା ଦେଖିବାକୁ ମିଳୁଛି। ପାରମ୍ପରିକ ଚାଉଳ, ସୁଗନ୍ଧିତ ଚାଉଳ, ମସଲା, ଡାଲି, ମାଣ୍ଡିଆ, ଅନ୍ୟାନ୍ୟ ଶସ୍ୟ, ସୋରିଷ ତେଲ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦର୍ଶକଙ୍କ ମଧ୍ୟରେ ବିଶେଷ ଆଗ୍ରହ ସୃଷ୍ଟି କରିଛି। ଏହି ଉତ୍ସାହଜନକ ପ୍ରତିକ୍ରିୟା ଓଡ଼ିଶାର ସମୃଦ୍ଧ କୃଷି ବିବିଧତା, ସ୍ଥାନୀୟ ଖାଦ୍ୟ ପରମ୍ପରା ଏବଂ କୃଷିଜାତ ଉତ୍ପାଦର ଗୁଣବତା ପ୍ରତି ବଢୁଥିବା ଆଦରକୁ ଦର୍ଶାଉଛି।

ବିଶେଷ ଆକର୍ଷଣ ସୃଷ୍ଟି କରିଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ଚାଉଳ, ଯେପରିକି କଳା ଚାଉଳ , ନାଲି ଉଷୁନା ଚାଉଳ ଏବଂ ସୁଗନ୍ଧିତ ଚାଉଳ। ଏହା ସହିତ ଲାଲବାଲସା, ସୁନାଖାଡ଼ିକା ଏବଂ ହଳଦୀଚୁଡ଼ି ଭଳି ପାରମ୍ପରିକ କିସମର ଚାଉଳ ମଧ୍ୟ ସାମିଲ ଅଛି। ଓଡ଼ିଶାର ବିଭିନ୍ନ ପ୍ରକାରର ମସଲା ଯେପରିକି ଅଦା, ହଳଦୀ, ଲଙ୍କା ଏବଂ ଗୋଲମରିଚ ମଧ୍ୟ ବେଶ୍ ଚାହିଦାରେ ରହିଛି। ପାଭିଲିୟନରେ ପ୍ରଦର୍ଶିତ ଡାଲି ଜାତୀୟ ଶସ୍ୟ ମଧ୍ୟରେ ଲାଲ୍ ଏବଂ ଧଳା ରାଜମା ରହିଛି, ଯାହା ରାଜ୍ୟର ବିବିଧ କୃଷି ଉତ୍ପାଦନର ଏକ ଝଲକ ଦର୍ଶକଙ୍କୁ ପ୍ରଦାନ କରୁଛି।

ମାଣ୍ଡିଆ ଏବଂ ଅନ୍ୟାନ୍ୟ ଶସ୍ୟ ବର୍ଗଟି ଓଡ଼ିଶାର କୃଷି ଶକ୍ତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଉପସ୍ଥାପନ କରୁଛି। ଏଠାରେ କୋଦୋ ଚାଉଳ, ରାଗି (ମାଣ୍ଡିଆ), ସୁଆଁ ଚାଉଳ , କାଙ୍ଗୁ ଚାଉଳ , ଜୁଆର, ମକା ଏବଂ ପାଳୁଅ ପାଉଡର ପ୍ରଦର୍ଶିତ ହେଉଛି। ଏହା ସହିତ ଦର୍ଶକମାନଙ୍କ ପାଇଁ ରାଗି, ଜୁଆର, ସୁଆଁ (ଲିଟଲ୍ ମିଲେଟ୍) ଏବଂ ବାଜରା ପରି ବିଭିନ୍ନ ପ୍ରକାରର ମିଲେଟ୍ (କ୍ଷୁଦ୍ର ଶସ୍ୟ) ଆଧାରିତ କୁକିଜ୍ ସହିତ ନଡ଼ିଆ କୁକିଜ୍ ମଧ୍ୟ ଉପଲବ୍ଧ ହେଉଛି ।

ଓଡ଼ିଶା ପାଭିଲିୟନରେ ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ସମସ୍ତ ଅଂଶଗ୍ରହଣକାରୀ ଷ୍ଟଲରେ କ୍ରମାଗତ ବିକ୍ରୟ ୧୦ ଲକ୍ଷ ଟଙ୍କା ଅତିକ୍ରମ କରିଛି। ପରିଦର୍ଶକଙ୍କ ମଧ୍ୟରେ ବିଭିନ୍ନ ଅଂଶଗ୍ରହଣକାରୀ ବିଭାଗ, ଏଜେନ୍ସି, ସମବାୟ, ଉତ୍ପାଦକ ଗୋଷ୍ଠୀ, କାରିଗର ଏବଂ ଉଦ୍ୟୋଗୀଙ୍କ ଉତ୍ପାଦ ସହ ହସ୍ତତନ୍ତ, ହସ୍ତଶିଳ୍ପ, ଦୁଗ୍ଧଜାତ ଦ୍ରବ୍ୟ, ଆଦିବାସୀ ଉତ୍ପାଦ ଏବଂ ଅନ୍ୟାନ୍ୟ ପାରମ୍ପରିକ ଏବଂ ମୂଲ୍ୟଯୁକ୍ତ ସାମଗ୍ରୀ ଓ କୃଷି ଉତ୍ପାଦର ଚାହିଦା ପରିଲକ୍ଷିତ ହେଉଛି ।

ପାଭିଲିୟନରେ ପ୍ରଦର୍ଶିତ ହସ୍ତତନ୍ତ, ହସ୍ତଶିଳ୍ପ, ଏଓ-ଟ୍ୟାଗ୍ ହୋଇଥିବା ଉତ୍ପାଦ, ଜନଜାତି କଳା, କୃଷି ଉତ୍ପାଦ, ଜଙ୍ଗଲ-ଆଧାରିତ ଉତ୍ପାଦ, ଦୁଗ୍ଧଜାତ ଦ୍ରବ୍ୟ, ଗ୍ରାମୀଣ ଉଦ୍ୟୋଗ ଏବଂ ପର୍ଯ୍ୟଟନ ସେବା ସାମୁହିକ ଭାବେ ଓଡ଼ିଶାର ସାଂସ୍କୃତିକ ଏବଂ ଆର୍ôଥକ ଶକ୍ତିର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି।

ପାଭିଲିୟନ୍ ରେ ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର, ରୌପ୍ୟ ତାରକସି କାମ, ଢୋକ୍ରା ଶିଳ୍ପ, ତାଳପତ୍ର ଖୋଦେଇ କଳା ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାକୃତି ଭଳି ରାଜ୍ୟର ସୁନାମଧନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରା ପ୍ରଦର୍ଶିତ ହେଉଛି। ମିଶନ ଶକ୍ତି' ସ୍ୱୟଂ ସହାୟକ ଗୋଷ୍ଠୀ, ଓରମାସ୍, ଓମଫେଡ୍ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକ ବିଭିନ୍ନ ପ୍ରକାରର ସାମଗ୍ରୀ ଓ ପଦକ୍ଷେପ ପ୍ରଦର୍ଶନ କରୁଛନ୍ତି।

ଆଇଆଇଟିଏଫ୍ -୨୦୨୬ ରେ ଅଂଶଗ୍ରହଣ ମାଧ୍ୟମରେ, ଓଡ଼ିଶା ନିଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ବର୍ଦ୍ଧିତ ଅର୍ଥନୈତିକ ସୁଯୋଗ ସହିତ ନିଜର କୃଷିଜାତ ସମ୍ପଦ ଏବଂ ପାରମ୍ପରିକ ଖାଦ୍ୟ ସାମଗ୍ରୀକୁ ମଧ୍ୟ ବିଶ୍ୱ ଦରବାରରେ ଉପସ୍ଥାପନ କରୁଛି। ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍'ର ହଲ୍-୩ ରେ ଅବସ୍ଥିତ ଓଡ଼ିଶା ପାଭିଲିୟନ୍, ୨୭ ନଭେମ୍ବର ପର୍ଯ୍ୟନ୍ତ ଦର୍ଶକମାନଙ୍କ ପାଇଁ ଖୋଲା ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande