
ବଲାଙ୍ଗିର, 17 ନଭେମ୍ବର (ହି.ସ.) - ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଙ୍ଗ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ଯୋଜନା ତରଫରୁ ନାରୀ ସୁରକ୍ଷା ଓ ଆତ୍ମ ସୁରକ୍ଷା ସଂପାନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂପାନରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ମେହେର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ସଂପାନରେ ରାଜନନ୍ଦିନୀ ସାହୁ, ଦିବ୍ୟା କୁମ୍ଭାର, ରାକ୍ଷୀ ପଟେଲ, ଦୀପାଞ୍ଜଳି ଭୋଇ, ପ୍ରିୟଙ୍କା ପାତ୍ର ଅଂଶ ଗ୍ରହଣ କରିଥିଲେ । ଶକ୍ତିଶ୍ରୀ ସେଲର ସଂଯୋଜିକା ବାରିଧି ତନୟା ତ୍ରିପାଠୀ ପରିଚାଳନା କରିଥିଲେ ଓ ଅଧ୍ୟାପିକା ବିଜ୍ଞାଶ୍ରୀ ଗୁରୁ, ଲିସାରାଣୀ କତାର, ପ୍ରମୋଦ ମହାକୁରଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ଶେଷରେ ଅଧ୍ୟାପକ ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ