ଭାରତ-ଆସିଆନ୍ ସହଭାଗିତାକୁ ଡିଜିଟାଲ୍, ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ସମ୍ପ୍ରସାରିତ କରାଯାଇଛି: ମୋଦୀ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ, ଭାରତ ଓ ଆସିଆନ୍ ମଧ୍ୟରେ ଥିବା ସହଭାଗିତା ଏବେ ସାଧାରଣ ସଂସ୍କୃତି ଓ ଐତିହ୍ୟର ସୀମା ଅତିକ୍ରମ କରି ଡିଜିଟାଲ୍, ପ୍ରତିରକ୍ଷା ଓ ମହାକାଶ ଭଳି କ୍ଷେତ୍ରରେ ନୂତନ ଆୟାମ ହାସଲ କରୁଛି। ସେ କହିଛନ୍ତି ଯେ, ଭ
प्रधानमंत्री नरेन्द्र मोदी मंगलवार को 23वें आसियान-भारत शिखर सम्मेलन को संबोधित करते हुए


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ, ଭାରତ ଓ ଆସିଆନ୍ ମଧ୍ୟରେ ଥିବା ସହଭାଗିତା ଏବେ ସାଧାରଣ ସଂସ୍କୃତି ଓ ଐତିହ୍ୟର ସୀମା ଅତିକ୍ରମ କରି ଡିଜିଟାଲ୍, ପ୍ରତିରକ୍ଷା ଓ ମହାକାଶ ଭଳି କ୍ଷେତ୍ରରେ ନୂତନ ଆୟାମ ହାସଲ କରୁଛି। ସେ କହିଛନ୍ତି ଯେ, ଭାରତ ଓ ଆସିଆନ୍ ମିଳିତ ଭାବେ ବିଶ୍ୱର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ଏହି ଅଂଚଳର ଭବିଷ୍ୟତ ପ୍ରତିଯୋଗିତା ପରିବର୍ତେ ସହଯୋଗ ମାଧ୍ୟମରେ ନିର୍ଦ୍ଧାରିତ ହେବା ନିଶ୍ଚିତ କରିବା ଆବଶ୍ୟକ।

ଫିଲିପାଇନ୍ସର ରାଜଧାନୀ ମନିଲାରେ ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ନିଜର ଅଭିଭାଷଣ ରଖି ମୋଦୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତର ‘ଆକ୍ଟ ଇଷ୍ଟ ନୀତି’ ଭାରତ-ଆସିଆନ୍ ସମ୍ପର୍କକୁ ନୂତନ ଗତି ଓ ଗଭୀରତା ପ୍ରଦାନ କରିଛି। ଆସିଆନ୍ର ସଫଳ ଅଧ୍ୟକ୍ଷତା ଏବଂ ଭାରତର ଦେଶ ସମନ୍ୱୟକ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ମଂଚରେ ଆସିଆନ୍ ନେତାମାନଙ୍କ ସହ ଏହା ତାଙ୍କର ୧୩ତମ ଆଲୋଚନା। ୨୦୧୪ ମସିହାଠାରୁ ଏପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୧୦୦ରୁ ଅଧିକ ପଦକ୍ଷେପ ନିଆଯାଇଛି। ପ୍ରାୟ ୨୫୦ଟି ତ୍ୱରିତ ପ୍ରଭାବଶାଳୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଏବଂ ଦକ୍ଷତା ବିକାଶ ପାଇଁ ୧୦ ହଜାରରୁ ଅଧିକ ଛାତ୍ରବୃତି ପ୍ରଦାନ କରାଯାଇଛି। ଭାରତ ଓ ଆସିଆନ୍ର ୯ଟି ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ମଧ୍ୟ ଉଭୟ ପକ୍ଷ ମଧ୍ୟରେ ବଢ଼ୁଥିବା ନିକଟତାର ପ୍ରମାଣ ବୋଲି ସେ କହିଛନ୍ତି।

ମୋଦୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ଗୋଟିଏ ପରେ ଗୋଟିଏ ଅନେକ ସଙ୍କଟ ଦେଇ ଗତି କରିଛି। ଏଭଳି ସମୟରେ ବିଶ୍ୱକୁ ସବୁଠାରୁ ଅଧିକ ଶାନ୍ତି, ସ୍ଥିରତା ଓ ପୂର୍ବାନୁମାନ ଯୋଗ୍ୟତାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଶିଖର ସମ୍ମିଳନୀର ବିଷୟବସ୍ତୁ ‘ନେଭିଗେଟିଂ ଆୱାର୍ ଫ୍ୟୁଚ,ର୍ ଟୁଗେଦ’ର୍ (ମିଳିତ ଭାବେ ଆମ ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ) ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅଂଚଳକୁ ଶାନ୍ତି ଓ ସ୍ଥିରତାର ପ୍ରତୀକ କରିବା ପାଇଁ ଭାରତ ଓ ଆସିଆନ୍ର ଉଭୟ କ୍ଷମତା ଓ ସଂକଳ୍ପ ରହିଛି। ପ୍ରତିଯୋଗିତା ପରିବର୍ତେ ସହଯୋଗ ଉପରେ ଆଧାରିତ ଭବିଷ୍ୟତ ଗଠନ ପାଇଁ ଉଭୟ ପକ୍ଷ ମିଳିତ ଭାବେ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଏହା ଆସିଆନ୍ ଦେଶଗୁଡ଼ିକୁ ତାଙ୍କର ତୃତୀୟ ଗସ୍ତ, ଯାହା ଭାରତ ପାଇଁ ଏହି ସଂଗଠନର ବିଶେଷ ଗୁରୁତ୍ୱକୁ ଦର୍ଶାଉଛି। ଭାରତ ବିଶ୍ୱାସ କରେ ଯେ, ଏହାର ବିକାଶ ଏବଂ ଆସିଆନ୍ର ସମୃଦ୍ଧି ପରସ୍ପର ସହ ଗଭୀର ଭାବେ ଜଡ଼ିତ। ଆଗାମୀ ବର୍ଷଗୁଡ଼ିକରେ ଆସିଆନ୍ ସମୁଦାୟ ଦୃଷ୍ଟିକୋଣ-୨୦୪୫ ଏବଂ ବିକଶିତ ଭାରତ-୨୦୪୭ ଉଭୟ ପକ୍ଷର ସାମୂହିକ ଆକାଂକ୍ଷା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।

ମୋଦୀ କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ଭାରତ ଓ ଆସିଆନ୍ ନିଜ ସହଭାଗିତାକୁ ନୂତନ ଗତି ପ୍ରଦାନ କରିଛନ୍ତି। ଏବେ ମିଳିତ ଭାବେ ଏହି ଅଂଚଳର ଭବିଷ୍ୟତକୁ ନୂତନ ଦିଗ ଦେବାର ସମୟ ଆସିଛି। ଏହି ସହଭାଗିତାରେ ଆସିଆନ୍ର ଏକତା ଓ କେନ୍ଦ୍ରୀୟ ଭୂମିକା ପ୍ରତି ଭାରତର ପ୍ରତିବଦ୍ଧତା ଅଟଳ ରହିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ଏହି ଶିଖର ସମ୍ମିଳନୀ ଭାରତ-ଆସିଆନ୍ ବ୍ୟାପକ ରଣନୈତିକ ସହଭାଗିତାକୁ ନୂତନ ଉଚ୍ଚତା ପ୍ରଦାନ କରିବା ସହ ଏକ ସୁରକ୍ଷିତ, ସମାବେଶୀ ଓ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ ଅଂଚଳ ଗଠନରେ ଅବଦାନ ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବୈଠକରେ ସମସ୍ତ ନେତାଙ୍କ ମତାମତ ଓ ପରାମର୍ଶ ଶୁଣିବାକୁ ସେ ଉତ୍ସୁକ ଥିବା କହିଛନ୍ତି।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande