ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପଂଜିକରଣ କରିବାର ଶେଷ ତାରିଖକୁ ଅଆସନ୍ତା ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ରେ ପୁରୀଠାରେ ଅନୁଷ୍ଠିତ ହ
ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି


ଭୁବନେଶ୍ୱର,୧୭ ନଭେମ୍ବର (ହି.ସ)- ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପଂଜିକରଣ କରିବାର ଶେଷ ତାରିଖକୁ ଅଆସନ୍ତା ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ରେ ପୁରୀଠାରେ ଅନୁଷ୍ଠିତ ହେବ।ଏହା ଫିଟନେସ୍, କ୍ରୀଡ଼ା ଉତ୍କର୍ଷତା ତଥା ଓଡ଼ିଶାର ମନୋରମ ବେଳାଭୂମି ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଐତିହ୍ୟକୁ ଉତ୍ସବ ଭାବେ ପାଳନ କରିବାର ଏକ ଅନନ୍ୟ ପ୍ରୟାସ।

୪୨ କି.ମି. , ୨୧ କି.ମି. , ୧୦ କି.ମି. ଏବଂ ୫ କି.ମି. ବର୍ଗର ଦୌଡ଼ ସହ ମୋଟ ୧ କୋଟି ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି ରହିଛି।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande