କୁଲଗାମ ଏନକାଉଣ୍ଟରରେ ନିହତ ଉମର ନିସାର ଡାର, ଏଲ୍ଇଟି କମାଣ୍ଡର ଲତିଫ ଭଟକୁ ଖୋଜିବା ଅଭିଯାନ ଜୋରଦାର
କୁଲଗାମ, ୧୭ ନଭେମ୍ବର (ହି.ସ.)। ଲସ୍କର-ଏ-ତୈବା (ଏଲ୍ଇଟି) କମାଣ୍ଡର ଲତିଫ ଭଟକୁ ସହାୟତା କରିବା ସହ ପରବର୍ତ୍ତୀ ସମୟରେ ଟିଆରଏଫ୍ରେ ସାମିଲ ହୋଇଥିବା ଆତଙ୍କବାଦୀ ଉମର ନିସାର ଡାର ସୋମବାର କୁଲଗାମର ଲାରୁଠାରେ ସୁରକ୍ଷାବାହିନୀ ସହ ହୋଇଥିବା ଗୁଳିବିନିମୟରେ ନିହତ ହୋଇଛି। ଅନ୍ୟପକ୍ଷରେ ଏଲ୍ଇଟି କମାଣ୍ଡର
କୁଲଗାମ ଏନକାଉଣ୍ଟରରେ ନିହତ ଉମର ନିସାର ଡାର, ଏଲ୍ଇଟି କମାଣ୍ଡର ଲତିଫ ଭଟକୁ ଖୋଜିବା ଅଭିଯାନ ଜୋରଦାର


କୁଲଗାମ, ୧୭ ନଭେମ୍ବର (ହି.ସ.)। ଲସ୍କର-ଏ-ତୈବା (ଏଲ୍ଇଟି) କମାଣ୍ଡର ଲତିଫ ଭଟକୁ ସହାୟତା କରିବା ସହ ପରବର୍ତ୍ତୀ ସମୟରେ ଟିଆରଏଫ୍ରେ ସାମିଲ ହୋଇଥିବା ଆତଙ୍କବାଦୀ ଉମର ନିସାର ଡାର ସୋମବାର କୁଲଗାମର ଲାରୁଠାରେ ସୁରକ୍ଷାବାହିନୀ ସହ ହୋଇଥିବା ଗୁଳିବିନିମୟରେ ନିହତ ହୋଇଛି। ଅନ୍ୟପକ୍ଷରେ ଏଲ୍ଇଟି କମାଣ୍ଡର ଲତିଫ ଭଟ୍କୁ ଖୋଜିବା ପାଇଁ ଅଭିଯାନ ଏବେ ମଧ୍ୟ ଜାରି ରହିଛି।

ପୁଲିସର ସୂଚନା ଅନୁଯାୟୀ, ଉମର ନିସାର ଡାର ଏଲ୍ଇଟି କମାଣ୍ଡର ଲତିଫ ଭଟକୁ ସହ ମିଶି ନଭେମ୍ବର ୧୦ ତାରିଖରେ ମୀର ବଜାର, ଅଖରାନ, ହବଲିଶ ଏବଂ କିଲାମ ସମେତ ଅନେକ ସ୍ଥାନରେ ସମ୍ଭାବ୍ୟ ଟାର୍ଗେଟ୍ ଚିହ୍ନଟ କରିବା ସହ ସୁରକ୍ଷାବାହିନୀ ଉପରେ ଆକ୍ରମଣ ଯୋଜନା କରିବା ପାଇଁ ରେକି କରିଥିଲେ। ନଭେମ୍ବର ୧୧ ତାରିଖରେ ଉଭୟ ଅଖରାନଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍)ର ଏକ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।

ନଭେମ୍ବର ୧୦ ଓ ୧୧ ତାରିଖର ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ଉମର ନିସାର ଡାର ଏବଂ ଲତିଫ ଭଟ୍ଙ୍କୁ ବିଭିନ୍ନ ସ୍ଥାନରେ ଚିହ୍ନଟ କରିଥିଲେ। ଏହି ଫୁଟେଜ୍ରେ ରେକି କରିବା ସମୟରେ ସେମାନଙ୍କର ଗତିବିଧି ଏବଂ ଅଖରାନ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହେବାର ଦୃଶ୍ୟ କଏଦ ହୋଇଥିଲା।ଏହି ମଧ୍ୟରେ ଉମର ନିସାର ଡାର ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ କୁଲଗାମ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିଥିଲା ଯେ, ଉମର ଗତ ପାଞ୍ଚରୁ ଛଅ ମାସ ଧରି ଲସ୍କର-ଏ-ତୈବା କମାଣ୍ଡର ଲତିଫ ଭଟ୍କୁ ଆଶ୍ରୟ ଦେବା ସହ ଲଜିଷ୍ଟିକ୍ ସହାୟତା ଯୋଗାଇ ଆସୁଥିଲା। ଏହା ସହ ଅଖରାନ ଘଟଣା ପରେ ତୁରନ୍ତ ଉମର ଟିଆରଏଫ୍ ସଂଗଠନରେ ସାମିଲ ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିଲା।

ଘଟଣାସ୍ଥଳରୁ ଫେରାର ହେବା ପରେ ସୋମବାର କୁଲଗାମର ଲାରୁଠାରେ ସୁରକ୍ଷାବାହିନୀ ଉମର ନିସାର ଡାର ଏବଂ ଲତିଫ ଭଟ୍ଙ୍କୁ ଅଟକାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଉମର ନିସାର ଡାର ନିହତ ହୋଇଥିବା ବେଳେ ଲସ୍କର-ଏ-ତୈବା କମାଣ୍ଡର ଲତିଫ ଭଟ୍କୁ ଧରିବା ପାଇଁ ସୁରକ୍ଷାବାହିନୀର ଅଭିଯାନ ବର୍ତ୍ତମାନ ମଧ୍ୟ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande