ଓଡ଼ିଆ ଶ୍ରମିକ ଦିନେଶ ମାଝୀଙ୍କୁ ତାମିଲନାଡୁରୁ ସୁରକ୍ଷିତ ଉଦ୍ଧାର
ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ଓ ଉଦ୍ୟମକୁ ସାଧୁବାଦ ଜଣାଇଲେ ''ଏକ୍ସ'' ୟୁଜର ଭବାନୀପାଟଣା 17ନଭେମ୍ବର (ହିସ )ତାମିଲନାଡୁରେ ଅଟକି ରହିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର ପ୍ରବାସୀ ଶ୍ରମିକ ଦିନେଶ ମାଝୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ
ଓଡ଼ିଆ ଶ୍ରମିକ ଦିନେଶ ମାଝୀଙ୍କୁ ତାମିଲନାଡୁରୁ ସୁରକ୍ଷିତ ଉଦ୍ଧାର


ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ଓ ଉଦ୍ୟମକୁ ସାଧୁବାଦ ଜଣାଇଲେ 'ଏକ୍ସ' ୟୁଜର

ଭବାନୀପାଟଣା 17ନଭେମ୍ବର (ହିସ )ତାମିଲନାଡୁରେ ଅଟକି ରହିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର ପ୍ରବାସୀ ଶ୍ରମିକ ଦିନେଶ ମାଝୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ତ୍ୱରିତ ହସ୍ତକ୍ଷେପ ଓ ଉଦ୍ୟମ ଫଳରେ ଏହି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିଛି।

ସୂଚନାନୁସାରେ, ଦିନେଶ ମାଝୀ ତାଙ୍କ ଗାଁର ଆଉ 4 ଜଣଙ୍କ ସହ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ କାମ କରିବା ପାଇଁ ତାମିଲନାଡୁର ତିରୁପୂର୍ କୁ ଯାଇଥିଲେ। କିନ୍ତୁ ସେ ତିରୂପୂର୍ ଷ୍ଟେସନରେ ପହଞ୍ଚିବା ପରେ ଏକ ବ୍ୟକ୍ତି ତାଙ୍କୁ ଅଧିକ ଦରମା ର ପ୍ରଲୋଭନ ଦେଖାଇ ତାମିଲନାଡୁର ଦିଣ୍ଡିଗୁଲ ଜିଲ୍ଲା ଅନ୍ତର୍ଗତ ବେଦସନ୍ଦୁର ବ୍ଲକ୍ର ନାଗମପଟ୍ଟି ଅଞ୍ଚଳର ଏକ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ପଠାଇ ଦେଇଥିଲେ। ଦୀନେଶ ସେଠାରେ ପହଞ୍ଚିବା ପରେ ସେଠାକାର ବ୍ୟବସ୍ଥା ଦେଖି ସେଠାରେ କାମ କରିବା ପାଇଁ ଅସହମତି ପ୍ରକାଶ କରିଥିଲେ। କିନ୍ତୁ କମ୍ପାନୀ ପକ୍ଷରୁ, ତାଙ୍କୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରାଯାଉଥିବା ସହ ଧମକ ଦିଆଯାଉଥିଲା ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ନେଇ ନିଆଯାଇଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଅନ୍ୟ ଚାରିଜଣ ଶ୍ରମିକ ସେଠାରୁ ଖସି ଆସିଥିବାବେଳେ ଦିନେଶ ସେଠାରେ ଅଟକି ରହିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଅଭିଯୋଗ ଆସିଥିଲା। ଏହି ଘଟଣା ଦୃଷ୍ଟିକୁ ଆସିବା ପରେ ଡା. ମହାଲିଙ୍ଗ ତୁରନ୍ତ କଳାହାଣ୍ଡି ଏସ୍ପି, ଓଡ଼ିଶା ପୋଲିସ ଏବଂ ଗୃହ ବିଭାଗ ସହ ଯୋଗାଯୋଗ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସହ ଦିନେଶଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ଏହାପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତତ୍ପରତା ଓ ସମନ୍ୱିତ ଉଦ୍ୟମରେ ଦିନେଶଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରାଯାଇଛି।

ଦିନେଶ ମାଝୀଙ୍କ ସୁରକ୍ଷିତ ଉଦ୍ଧାର ପରେ ‘ପିପୁଲ୍ସ ଭଏସ୍’ ପକ୍ଷରୁ ଡା. ମୁକେଶ ମହାଲିଙ୍ଗ ଏବଂ ଏସପି କଳାହାଣ୍ଡିଙ୍କ ତ୍ୱରିତ ସହଯୋଗ, ହସ୍ତକ୍ଷେପ ଓ ଆନ୍ତରିକ ଉଦ୍ୟମ ପାଇଁ କୃତଜ୍ଞତା ଜଣାଯାଇଛି।

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ସଦା ସଚେତନ ଓ ପ୍ରତିବଦ୍ଧ। ରାଜ୍ୟ ବାହାରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକମାନେ କୌଣସି ପ୍ରକାର ଅସୁବିଧା, ନିର୍ଯାତନା କିମ୍ବା ଶୋଷଣର ସମ୍ମୁଖୀନ ହେଲେ ସେମାନଙ୍କୁ ତ୍ୱରିତ ସହାୟତା ଯୋଗାଇଦେବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିବଦ୍ଧ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande