
ଖୋର୍ଦ୍ଧା , 17 ନଭେମ୍ବର (ହି.ସ.)
ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଜାତୀୟ ଜାତୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସମ୍ମାନ ସମାରୋହରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଡଃ. ଅନିଲ୍ କୁମାର ଜେନ୍ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ମୁଖ୍ୟ କମିଶନର ଡଃ. ନର ଡଃ. କେ.କେ. ଖଣ୍ଡେଲୱାଲ, ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଜାତୀୟ ସ୍ତରୀୟ ସମ୍ମାନ “ଜାତୀୟ ମୁଖ୍ୟ କମିଶନର ଫଳକ” ଗାଇଡ୍ ବିଭାଗରେ ପ୍ରଥମ ଓ ସ୍କାଉଟ ବିଭାଗରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ବହୁତ ବଡ ବଡ ରାଜ୍ୟ ସହ କଡା ପ୍ରତିଯୋଗିତା କରି ଓଡିଶା ଏହି ଜାତୀୟ ପୁରସ୍କାର ପାଇପାରିଛି । ଏପରିକି ଦୁଇଟି ସରକାରୀ ବିଦ୍ୟାଳୟ “ ପ୍ରଧାନମନ୍ତ୍ରୀ ଫଳକ” ପ୍ରତିଯୋଗିତାରେ ମଧ୍ଯ ସଫଳ ହୋଇଛନ୍ତି । ବିଭିନ୍ନ ଗୋଷ୍ଠୀ ଉନ୍ନୟନ ମୂଳକ କାର୍ଯ୍ୟ କରି ଏକ ବର୍ଷର କାର୍ଯ୍ୟାବଳୀର ଜାତୀୟସ୍ତରରେ ଚୟନ କମିଟି ଦ୍ଵାରା ଏହି ସମସ୍ତ ପୁରସ୍କାର ଚୁଡାନ୍ତ ହୋଇଥାଏ ।ଏହି ସଫଳତାରେ ଓଡିଶାର ସମସ୍ତ ସ୍କାଉଟ ଗାଇଡ୍ ସଦସ୍ୟଙ୍କ ମଧ୍ୟରେ ଆନନ୍ଦର ମହୋଲ ଖେଳିଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ