ପଂଚାୟତ ସମ୍ମୁଖରେ ପିଡିଏସ୍ ଚାଉଳ ଗଚ୍ଛିତ, ପ୍ରଶାସନର ନଜର କେବେ
ମାଲକାନଗିରି , ୧୭ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଂଚାୟତ ସମ୍ମୁଖରେ ଥିବା ଏକ ଅର୍ଦ୍ଧନିର୍ମିତ ଆବାସ ଗୃହରେ ପିଡିଏସ୍ ଚାଉଳ ଗଚ୍ଛିତ ରଖାଯାଇଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ସୂତ୍ରରୁ ମିଳିଥିବା ଅଭି
ପଞ୍ଚାୟତ ସମ୍ମୁଖରେ ପିଡିଏସ୍ ଚାଉଳ ଗଚ୍ଛିତ, ପ୍ରଶାସନର ନଜର କେବେ


ମାଲକାନଗିରି , ୧୭ ନଭେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଂଚାୟତ ସମ୍ମୁଖରେ ଥିବା ଏକ ଅର୍ଦ୍ଧନିର୍ମିତ ଆବାସ ଗୃହରେ ପିଡିଏସ୍ ଚାଉଳ ଗଚ୍ଛିତ ରଖାଯାଇଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ସୂତ୍ରରୁ ମିଳିଥିବା ଅଭିଯୋଗ ଅନୁଯାୟୀ, କେତେକ ବେପାରୀ ହିତାଧିକାରୀଙ୍କଠାରୁ ପିଡିଏସ୍ ଚାଉଳ କିଣି ଉକ୍ତ ଅର୍ଦ୍ଧନିର୍ମିତ ଗୃହରେ ଗଚ୍ଛିତ ରଖୁଥିବା ସନ୍ଦେହ ପ୍ରକାଶ ପାଇଛି । ସରକାର ଗରିବ ଓ ଅସହାୟ ପରିବାରଙ୍କ ପାଇଁ ମାଗଣାରେ ରାସନ ଚାଉଳ ଯୋଗାଇ ଦେଉଥିବା ବେଳେ ଏହାର ବେଆଇନ କିଣାବିକା ହେଉଥିଲେ ତାହା ଅତ୍ୟନ୍ତ ଗୁରୁତର ବିଷୟ । ତେଣୁ ଯୋଗାଣ ବିଭାଗ ଏହି ଘଟଣାର ତଦନ୍ତ କରି ଚାଉଳର ଉତ୍ସ, ପରିମାଣ ଏବଂ ଗଚ୍ଛିତ ରଖିବା ପଛରେ ଥିବା ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି । ଏ ବିଷୟରେ ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱ ଦେଇ ନିରପେକ୍ଷ ତଦନ୍ତ କରିବ କି ନାହିଁ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande