ମଥୁରାରେ ପହଞ୍ଚିଲେ ବିଜେପି ଅଧ୍ୟକ୍ଷ ନିତିନ ନବୀନ
ଲକ୍ଷ୍ନୌ, ୧୭ ନଭେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶର ମଥୁରାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପିର ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ତାଙ୍କୁ
भाजपा अध्यक्ष नीतिन नवीन का स्वागत करते उप मुख्यमंत्री बृजेश पाठक


ଲକ୍ଷ୍ନୌ, ୧୭ ନଭେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶର ମଥୁରାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପିର ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ତାଙ୍କୁ ସ୍ୱାଗତ କରିଥିଲେ। ସେ ମଥୁରାର ପରଖମଠାରେ ଚାଲିଥିବା ବିଜେପିର ଯୋଜନା ବୈଠକରେ ଯୋଗଦେବେ। ସୋମବାରଠାରୁ ଏହି ବୈଠକ ଚାଲିଛି।

ବିଜେପିର କେନ୍ଦ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ଦଳର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବରିଷ୍ଠ ନେତାମାନେ ନିର୍ବାଚନୀ ରଣନୀତି ଉପରେ ଆଲୋଚନା କରୁଛନ୍ତି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ଆଜି ଦଳର ବରିଷ୍ଠ ପଦାଧିକାରୀମାନଙ୍କ ସହ ବୈଠକ କରିବେ।

ବୈଠକର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ବିକାଶ ଓ ଆଇନଶୃଙ୍ଖଳା ସହିତ ‘ପ୍ରଖର ହିନ୍ଦୁତ୍ୱ’ ଏବଂ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ପ୍ରସଙ୍ଗକୁ ପ୍ରମୁଖତାର ସହ ଉଠାଇବାକୁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି କରୁଛି। ଅନ୍ୟପକ୍ଷରେ ପିଡିଏର ମୁକାବିଲା ପାଇଁ ସାମାଜିକ ସମୀକରଣକୁ ଧ୍ୟାନରେ ରଖି ଦଳ ବୁଥସ୍ତରରେ ନିଜର ରଣନୀତିକୁ ଅଧିକ ମଜଭୁତ କରିବ। ବୈଠକର ପ୍ରଥମ ଦିନରେ ସାଂଗଠନିକ ବ୍ୟବସ୍ଥା ଏବଂ ଆଗାମୀ ରାଜନୈତିକ ରଣନୀତିକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande