ମଧ୍ୟପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ହରଦୀପ ସିଂହ ପୁରୀ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦ ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ରାଜ୍ୟସଭାର ସଭାପତି ସିପି ରାଧାକୃଷ୍ଣନ ତାଙ୍କୁ ଶପଥ ପାଠ କର
हरदीप सिंह पुरी मंगलवार को राज्यसभा सदस्य के रूप में शपथ लेने के बाद सभापति सी. पी. राधाकृष्णन, केंद्रीय मंत्री डॉ. मनसुख मांडविया एवं राजीव रंजन सिंह और केंद्रीय विधि एवं न्याय राज्य मंत्री (स्वतंत्र प्रभार) अर्जुन राम मेघवाल के साथ।


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦ ଭବନସ୍ଥିତ ନିଜ କାର୍ଯ୍ୟାଳୟରେ ରାଜ୍ୟସଭାର ସଭାପତି ସିପି ରାଧାକୃଷ୍ଣନ ତାଙ୍କୁ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ, ରାଜୀବ ରଞ୍ଜନ ସିଂହ, ଅର୍ଜୁନରାମ ମେଘୱାଲ, ରାଜ୍ୟସଭାର ମହାସଚିବ ପିସି ମୋଦୀଙ୍କ ସମେତ ସଚିବାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୫ ତାରିଖରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନରେ ପୁରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏଲ୍. ମୁରୁଗନଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶରୁ ନିର୍ବାଚିତ ହେବା ପୂର୍ବରୁ ପୁରୀ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହି ଆସନରେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ମାସରେ ହିଁ ଶେଷ ହେବାକୁ ଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande