
ବଲାଙ୍ଗିର, 17 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ସାର୍ବଜନୀନ ଦୁର୍ଗାପୂଜା ପଡିଆ ଠାରେ ପ୍ରେସ କ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ଆଡମ୍ବର ସହିତ ଗତ କାଲି
ପାଳନ ହୋଇଯାଇଛି । ଏହି ଅବସର ରେ ପ୍ରେସ କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର ବଘାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳ ର ଜଣା ଶୁଣା ସମସ୍ତ ଙ୍କ ପ୍ରିୟ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ l ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ଜିଲ୍ଲା ସଭାପତି ବିଜେପି ଶ୍ରୀବତ୍ସ ବେହେରା, ବ୍ଳକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣl, ମୁଖ୍ୟ ବକ୍ତା ଭାବେ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡକ୍ଟର ରମେଶ ଚନ୍ଦ୍ର ମହାନନ୍ଦ,+3 ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ତହସିଲଦାର ଜଗଦୀଶ କର୍ତାମି,ସରପଞ୍ଚ ସଙ୍ଘ ସଭାପତି ବିଶ୍ବବିହାରୀ ଯୋଷୀ, ଏ ଏ ଇ ଅବିନାଶ ମୋଦୀ, ପି ଇ ଓ ସଙ୍ଘ ସଭାପତି ରଶ୍ମି ରଞ୍ଜନ ନାଗ , କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ସୁରଦାସ ବାଗ , ଓଷ୍ଠା ସଙ୍ଘ ସଭାପତି ପ୍ରଦୀପ କୁମାର ପୁଟେଲ, ଜନମୁକ୍ତି ସମ୍ପାଦକ ଭଜରାମ ସାହୁ, ସମାଜ ସେବୀ ସାବିତ୍ରୀ ମହାନନ୍ଦ,ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣ। , ପ୍ରେସ କ୍ଲବ ସମ୍ପାଦକ ଅମରେଶ ମାଝୀ, କାର୍ଯ୍ୟକାରୀ ସଭାପତି ମନୋଜ କର, ଉପସଭାପତି ରାଜୀବ ମହାନ୍ତି, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଧରୁଆ, ପ୍ରମୁଖ ମଞ୍ଚାସିନ ଥିଲେ । ସେହିପରି ପ୍ରତିଭା ବାନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା ଦିବ୍ୟଙ୍ଗ ପାରା କ୍ରିକେଟର ଯୁଧିଷ୍ଟିର ପଧାନ, ପ୍ରଖ୍ୟାତ ସଂଚାର ବାହାକ ଫକିର ପଧାନ ଓ ସାଥୀ,ନିଟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଆକାଶ ପୁଟେଲ ଓ ରାଜଶ୍ରୀ କୁଁଅର , ଦଣ୍ଡ କଳାକାର ରାଜ କର୍ମୀ ଓ ସାଥୀ, ନ୍ୟାସନାଲ ପୁରସ୍କାର ପାଇଥିବା ସୁଦର୍ଶନ ଦୀପ, ଦୁଲ୍ ଦୁଲି ବାଜା ବଜାଇବା ପ୍ରସିଦ୍ଧ କଳାକାର ମହେଶ୍ୱର ଜାଲ, ସବୁବେଳେ ଦୁଃଖ ସୁଖର ସାଥୀ ତଥା ସମାଜସେବାରେ ଲିପ୍ତ ଥିବା ବିକାଶ ମଞ୍ଚ ମୁରିବାହାଲର କର୍ମକର୍ତ୍ତା ଙ୍କୁ ସେବା ସମ୍ମାନ ,ଦିବ୍ୟଙ୍ଗ ସଭାପତି ଅନନ୍ତ ପଧାନ, ଥାନକଟା ଚାମ୍ପିୟାନ ଯୁବରାଜ ଜାଲ, ଓ ମୁରିବହାଲ ଗ୍ରାମ ପୂଜକ , ବିଭିନ୍ନ ଅନୁଷ୍ଠାନ ମାନ ଙ୍କୁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ମାନ ଙ୍କୁ ସମ୍ମାନିତ କରାଯାଇଥିଲା,ସେହିପରି +2,+3, କଲେଜ, ହାଇସ୍କୁଲ ଛାତ୍ରୀ ମାନ ଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରିଥଲେ ଓ ଏ ଭି ଛାତ୍ରୀ ମାନେ ସ୍ବାଗତ ଗୀତ ଗାନ କରିଥଲେ । ଏହି ଅବସର ରେ ପ୍ରେସ କ୍ଲବ ର ସଦସ୍ୟ ଶଙ୍କର ମାଝୀ, ଲବ ପଧାନ, ଶରତ ପତି , ଘନଶ୍ୟାମ ନାଏକ, ସାମାଜିକ ଉପଦେଷ୍ଟା ଅଗସ୍ତି ବଘାର, ପିଙ୍କୁ ପୋଢ଼, ଆଇନ ପରାମର୍ଶ ଦାତା ଶମ୍ଭୁ ପ୍ରସାଦ ଭୋଇ, ସହଯୋଗ କରିଥିବା ବେଳେ ମୂଖ୍ୟ ଉପଦେଷ୍ଟା ସୁଦାମ ଚରଣ ବଘାର ସଂଯୋଜନା କରିଥିଲେ ଶେଷରେ ଉପସଭାପତି ରାଜିବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ