ଗୋ ଚାଲାଣ ବେଳେ ଚଢାଉ, କଂଟେନର ସହ ୮୧ଟି ଗାଇ ଜବତ
ଜୟପୁର, ୧୭ ନଭେମ୍ବର (ହି.ସ.) - ଗୋ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି କଂଟେନର ସହ ୮୧ଟି ଗାଇ କୁ ଜବତ କରିଛି । ଉକ୍ତ ମାମଲାରେ ୩ ଅଭିଯୁକ୍ତ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତର ପ୍ରଦେଶର ସାହାନଓାଜ (୩୮), ମହମ୍ମଦ ଅଜିମ (୩୨), ସଲମାନ (୩୦ )ା ସୂଚନା ଅନ
ଗୋ ଚାଲାଣ ବେଳେ ଚଢାଉ, କଣ୍ଟେନର ସହ ୮୧ଟି ଗାଇ ଜବତ


ଜୟପୁର, ୧୭ ନଭେମ୍ବର (ହି.ସ.) - ଗୋ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି କଂଟେନର ସହ ୮୧ଟି ଗାଇ କୁ ଜବତ କରିଛି । ଉକ୍ତ ମାମଲାରେ ୩ ଅଭିଯୁକ୍ତ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତର ପ୍ରଦେଶର ସାହାନଓାଜ (୩୮), ମହମ୍ମଦ ଅଜିମ (୩୨), ସଲମାନ (୩୦ )ା

ସୂଚନା ଅନୁଯାଇ ଜୟପୁର ସଦର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କଂଟେନରରେ ନବରଙ୍ଗପୁରରୁ ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦକୁ ଗୋ ଚାଲାଣ ହେଉଥିବା ସୁଚନା ପାଇଥିଲା । ସୂଚନା ଆଧାରରେ ରଣ୍ଡାପାଲ୍ଲି ଠାରେ ପୋଲିସ କଂଟେନରକୁ ଅଟକାଇ ଯାଂଚ କରିଥିଲା । ଉକ୍ତ କଂଟେନରରେ ୨ ସ୍ତରରେ ଗାଇଙ୍କୁ ବହୁତ ନିଷ୍ଠୁର ଭାବେ ରଖାଯାଇଛି । କେତେକ ଗୋରୁ ଙ୍କ ଦେହରୁ ରକ୍ତ ତ୍ସାବ ହେଉଥିବା ବେଳେ ଗାଡିରେ ଖାଦ୍ୟ କିମ୍ବା ପାନିୟ ଜଳର ବ୍ୟବସ୍ଥା ମଧ୍ୟ ନଥିଲା । ଶୋଚନିୟ ଅବସ୍ଥାରେ ଗୋରୁ ମାନଙ୍କୁ ଚାଲାଣ ହେଉଥିବା ବେଳେ କୌଣସି ବୈଧ କଗଜ ପତ୍ର ମଧ୍ୟ ନଥଲା । ପରେ ପୋଲିସ କଣ୍ଟନର ରେ ଥିବା ୩ ଅଭିଯୁକ୍ତ କୁ ଗିରଫ କରିଥିଲା । ଉତର ପ୍ରଦେଶର ସାହାନଓାଜ (୩୮), ମହମ୍ମଦ ଅଜିମ (୩୨), ସଲମାନ (୩୦) କୁ ଗିରଫ କରାଯାଇଛି । ରାତ୍ରି ସମୟ ହୋଇଥିବା ରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ଏବଂ ଗୋରୁ ଗୁଡିକୁ ସୁରକ୍ଷା ନିଶ୍ଛତ କରିବା ଉଦ୍ଦେଶ୍ୟରେ କଂଟେନର କୁ ଜୟପୁର ପୌର ପାଳିକାର ସୁନା ନଗରସ୍ଥ ଗୋଶାଳାକୁ ଆଣାଯାଇଥିଲା । ପରେ ଗାଇ ଗଣତି କରିବାକୁ ୮୧ଟି ଗାଇ ଜବତ କରିଛି । ପୋଲିସ କଂଟେନର ଗାଡି, ୩ଟି ମୋବାଇଲ କୁ ଜବତ କରିଛି । ୩ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande