ପଞ୍ଚପଡ଼ା ହାଇସ୍କୁଲରେ ବିଜ୍ଞାନ ମେଳା
Science exhibition in Panchpada Highschool
ପଞ୍ଚପଡ଼ା ହାଇସ୍କୁଲରେ ବିଜ୍ଞାନ ମେଳା


ଝାରସୁଗୁଡ଼ା,୧୭, ନଭେମ୍ବର (ହି.ସ.)ଝାରସୁଗୁଡ଼ା ସହର ଉପକଣ୍ଠସ୍ଥ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ମଙ୍ଗଳବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ l ଏଥିରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମୋଟ ୩୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ବିଜ୍ଞାନ ଶିକ୍ଷକ ଆଲୋକ କୁମାର ପଟେଲ ଓ ଗଣିତ ଶିକ୍ଷୟତ୍ରୀ ଜୟନ୍ତୀ ନାଥ ବିଚାରକ ଭାବେ ଯୋଗଦେଇଥିଲେ l ଏଥିରେ ଶିକ୍ଷୟତ୍ରୀ ସୁନନ୍ଦା ଚୌଧୁରୀ, ସ୍ନେହଲତା ପଟେଲ, ଅପର୍ଣ୍ଣା ସେଟ, ମିନତି ଚୌଧୁରୀ, ବିନୀତା ପ୍ରଧାନ, ସଙ୍ଗୀତା କେରକେଟା, ଫଗୁଣୀ ନାଏକ, ପ୍ରମିତା ପଟେଲ, ଶିକ୍ଷକ କୁଶ ଭୁଏ ପ୍ରମୁଖ ସହଯୋଗ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande