
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଅକ୍ଷୟ ମହାନ୍ତିଙ୍କ ପୂଣ୍ୟତିଥିରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସଙ୍ଗୀତ ଜଗତର ମହାନ ସଙ୍ଗୀତଜ୍ଞ ଅକ୍ଷୟ
ମହାନ୍ତିଙ୍କ ପୂଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ସୁମଧୁର ଏବଂ ହୃଦୟସ୍ପର୍ଶୀ
ସଙ୍ଗୀତ ପାଇଁ ସେ ଓଡ଼ିଆଙ୍କ ମନରେ ସର୍ବଦା ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା