
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ବାଲାସାହେବ ଠାକରେଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ରାଷ୍ଟ୍ରବାଦୀ ବିଚାର ତଥା ହିନ୍ଦୁତ୍ୱର ଦୃଢ଼ ପ୍ରବକ୍ତା ଆଦରଣୀୟ ବାଲାସାହେବ ଠାକରେଙ୍କ
ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ନିଜ
ବିଚାର, ଆଦର୍ଶ ଓ ସିଦ୍ଧାନ୍ତ ପ୍ରତି ସେ ଜୀବନବ୍ୟାପୀ ଅଟଳ ରହିଥିଲେ। ତାଙ୍କର
ଜୀବନ ଓ ଚିନ୍ତାଧାରା ରାଷ୍ଟ୍ରପ୍ରେମୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା