୨୬ରେ ସମ୍ବିଧାନ ରକ୍ଷା ଶୋଭାଯାତ୍ରା କରିବ କଂଗ୍ରେସ’
ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ଆସନ୍ତା ୨୬ ନଭେମ୍ବର ସମ୍ବିଧାନ ଦିବସକୁ ସମଗ୍ର ଦେଶରେ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସିର ନିଷ୍ପତି କ୍ରମେ ଏହାର ଅବ୍ୟବହିତ ପୂର୍ବରୁ ୨୫ ତାରିଖ ସକାଳୁ ଓଡ଼ିଶାର ରାଜଧା
fgh


- ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ: ଭକ୍ତ

ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ଆସନ୍ତା ୨୬ ନଭେମ୍ବର ସମ୍ବିଧାନ ଦିବସକୁ ସମଗ୍ର ଦେଶରେ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସିର ନିଷ୍ପତି କ୍ରମେ ଏହାର ଅବ୍ୟବହିତ ପୂର୍ବରୁ ୨୫ ତାରିଖ ସକାଳୁ ଓଡ଼ିଶାର ରାଜଧାନୀଠାରୁ ୧୦୦-୧୫୦ କିମି ଦୂରବର୍ତୀ ଜିଲ୍ଲାଗୁଡ଼ିକର ପ୍ରତିଟି ପଂଚାୟତର ନେତା ଓ କର୍ମୀ ବାହାରି ରାଜଧାନୀ ଅଭିମୁଖେ ଯାତ୍ରା କରିବେ। ବାଟରେ ପଡ଼ୁଥିବା ସହର ଓ ଜନପଦଗୁଡ଼ିକରେ ସେମାନେ ଶୋଭାଯାତ୍ରା କରି ସେଦିନ ସନ୍ଧ୍ୟାରେ ନିଜନିଜ ନିର୍ଦ୍ଧାରିତ ସହରରେ ରାତ୍ରୀଯାପନ କରି ୨୬ ତାରିଖ ଭୁବନେଶ୍ୱରରେ ପହଂଚି ପଦଯାତ୍ରାରେ ଯୋଗଦେବେ। ପ୍ରତିଟି ପଂଚାୟତରୁ ୫ଟି ବାଇକ୍ ରାଲି ବାହାରି ଏକସଂଗେ ଭୁବେନଶ୍ୱରର ଗାନ୍ଧୀ ଓ ଆମ୍ବେଦକର ପ୍ରତିମୂର୍ତି ନିକଟରୁ ବିଶାଳ ରାଲିରେ ଆସି ଲୋୟର ପିଏମ୍ଜିରେ ଗର୍ଜିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଅତି କମ୍ ରେ ୧୦ ହଜାର ଲୋକଙ୍କର ଜନସମାଗମ ହେବ। ସହସ୍ରାଧିକ ସଂଖ୍ୟାରେ ଦୁଇଦିନ କାଳ ବାଇକ୍ ରାଲି ହେଉଥିବାରୁ ଉକ୍ତ ଦୁଇଦିନ ଓଡ଼ିଶା କଂଗ୍ରେସମୟ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏସ୍ଆଇଆର ରଦ୍ଦ, ଏସ୍ଆଇଆର ପରେ ହୋଇଥିବା ନିର୍ବାଚନ ରଦ୍ଦ, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଆଦି ଦାବି ସହ ଏମଏମଡିଆର ସଂଶୋଧନ ବାତିଲ, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଗଂଜାମ ଓ ବନ୍ୟାବିପନ୍ନଙ୍କୁ ତୁରନ୍ତ ସହାୟତା, କୋଟିଆ ପ୍ରସଙ୍ଗରେ ତତ୍ପରତା ଦାବିରେ ୨୫ ଓ ୨୬ ତାରିଖର ରାଲିଗୁଡ଼ିକରେ କଂଗ୍ରେସ ନେତା ଓ କର୍ମୀ ଗର୍ଜିବେ ବୋଲି ଶ୍ରୀ ଦାସ ଦମ୍ଭୋକ୍ତି ପ୍ରକାଶ କରିଥିଲେ।

୨୦୨୭ ଜନଗଣନା ପୂର୍ବରୁ କଂଗ୍ରେସର ଦାବିଗୁଡ଼ିକ ହେଲା ପ୍ରଶ୍ନ ସଂଖ୍ୟା ୧୦ରେ ସଂଶୋଧନ କରାଯାଉ , ବର୍ଗ ଏବଂ ଜାତିକୁ ପୃଥକ୍ ପୃଥକ୍ ଭାବେ ଲିପିବଦ୍ଧ କରାଯାଉ, ଯାଂଚ ହୋଇଥିବା ରାଜ୍ୟୱାରୀ ଜାତି ରେଜିଷ୍ଟ୍ରି ଏବଂ ସହଜରେ ଖୋଜିହେବା ଭଳି ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉ, ଜନଗଣନା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ସମାଜର ନାମ, ଉପଜାତି ଏବଂ ଭାଷାଗତ ରୂପଗୁଡ଼ିକୁ ଏକ ମାନକ କୋଡ୍ ସହିତ ସଂଯୁକ୍ତ କରାଯାଉ ଏବଂ ଯେଉଁ ଉତ୍ତରଗୁଡ଼ିକ ପାଇଁ କୌଣସି ମାନକୀକୃତ ବିକଳ୍ପ ଉପଲବ୍ଧ ନାହିଁ, କେବଳ ସେହି କ୍ଷେତ୍ରରେ ଓପନ୍ ଟେକ୍ସଟ୍ ବ୍ୟବସ୍ଥା ରଖାଯାଉ।

ଓଡ଼ିଶାରେ ଏଥିପାଇଁ ଏକ ଜନଆନ୍ଦୋଳନ କରାଯିବ ଏବଂ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ରନାଥ ପ୍ରଧାନ ଓ ଓବିସି କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ଦେବବ୍ରତ ଯାଦବ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande