
ଜୟପୁର, ୧୭ ନଭେମ୍ବର (ହି.ସ.) - ଜୟପୁର ସ୍ଥିତ ଜିଲା କୋର୍ଟ ରେ ଆଜି ଏକ ହତ୍ୟା ମାମଲାର ଶୁଣାଣି ହୋଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଜିଲା ଜର୍ଜ ପ୍ରଦିପ କୁମାର ମହନ୍ତ ରାୟର ଶୁଣାଣି କରିଛନ୍ତି । ଅଭିଯୁକ୍ତ ଥିବା ବିସିଂପୁର ଥାନା ପାଟିଆସିଲ ଗ୍ରାମର ଡମୁ ଜାନି (୩୧)କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଆର୍ôଥକ ଜୋରି ମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦୟ ହେଲେ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାଇ ଜମି ଜମାକୁ କେନ୍ଦ୍ର କରି ଡମୁ ଜାନି ଓ ନବିନ ଜାନୀ ମଧ୍ୟରେ ଶତ୍ରୁତା ଥିଲା । ୧୮.୫.୨୦୧୭ ରେ ଡମୁ ଜାନୀ ଉତ୍ୟକ୍ତ ହୋଇ ଏକ କୁଡିକି ଆଣି ନବିନ ଜାନୀକୁ ମୁଣ୍ଡରେ ଆକ୍ରମଣ କରିଥିଲା । ଫଳରେ ନବିନ ଗୁରୁତର ହୋଇ ପଡିଥିଲେ । ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନବିନ ଙ୍କ ମୃତ୍ୟୁ ହୋଇଥିଲା । କୋରାପୁଟ ଜିଲା ବିସିଂପୁର ଥାନାରେ ଗତ ୨୦.୫.୨୦୧୭ ମସିହାରେ ନବିନ ଙ୍କ ଭାଇ ଭୀମ ଜାନୀ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ ଡମୁ ଜାନିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜୟପୁର ସ୍ଥିତ ଜିଲା କୋର୍ଟ ରେ ଚାଲୁଥିବା ବେଳେ ଆଜି ତାର ଶୁଣାଣି ହୋଇଛି । ୧୦ ଜଣ ସାକ୍ଷ୍ୟ ପ୍ରମାଣ ଓ ୧୬ଟି ଦସ୍ତାବିଜ କୁ ଭିତି କରି କୋର୍ଟ ରାୟର ଶୁଣାଣି କରିଛନ୍ତି । ଉକ୍ତ ମାମଲା କୁ ସରକାରି ଓକିଲ ମହିନ୍ଦ୍ର କୁମାର ନାଗ ମାମଲା କୁ ପରିଚାଳନା କରୁଥିବା ବେଳେ ଡେପୁଟି ଡାଇରେକ୍ଟର ନିଦର୍ଶିନି ରଥ ତତ୍ୱାବଧାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି