ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ସମୁଦ୍ର ମଧ୍ୟରେ ବଳ ଘୋଟାଇ ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ୍’। ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବା ନେଇ କରାଯାଉଛି ଆକଳନ। ତେବେ ବର୍ତ୍ତମାନ ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ
ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ସମୁଦ୍ର ମଧ୍ୟରେ ବଳ ଘୋଟାଇ ମାଡ଼ି ଆସୁଛି ବାତ୍ୟା

‘ଅକ୍ୱାନ୍’। ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବା ନେଇ କରାଯାଉଛି ଆକଳନ। ତେବେ

ବର୍ତ୍ତମାନ ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ

୨୪ ଘଣ୍ଟା ପରେ ଏହାର ତୀବ୍ରତା ବୃଦ୍ଧି ପାଇବ। ଅନ୍ୟପଟେ ବାତ୍ୟାର ଗତିପଥରେ ମଧ୍ୟ ବାରମ୍ବାର

ପରିବର୍ତ୍ତନ ହେଉଛି। ପୂର୍ବରୁ ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ

ପୂର୍ବ-ଉତ୍ତରପୂର୍ବ ଦିଗକୁ ଗତି କରିଥିଲା। ବର୍ତ୍ତମାନ ଏହାର ଗତିପଥ ଉତ୍ତର-ପଶ୍ଚିମ ଦିଗ, ଅର୍ଥାତ୍ ତେଲେଙ୍ଗାନା ଆଡ଼କୁ ରହିଥିବା ଆକଳନ

କରାଯାଉଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ।

ବର୍ତ୍ତମାନ ବାୟୁ ପ୍ରବାହର ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବର୍ଷା

ହେବାର ସମ୍ଭାବନା ରହିଛି। ୧୮ରୁ ୨୦ ନଭେମ୍ବର ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ

ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷଷକରି ଗଞ୍ଜାମ, ଗଜପତି, ପୁରୀ, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଅଧିକ ପ୍ରଭାବ

ଦେଖିବାକୁ ମିଳିପାରେ। ଏହାସହିତ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ। ତେବେ

ଓଡ଼ିଶାରେ ପବନର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହିବା ସମ୍ଭାବନା ରହିଛି। ରାଜ୍ୟରେ ପବନର ବେଗ

ଘଣ୍ଟାପ୍ରତି ସର୍ବାଧିକ ୪୦ରୁ ୫୦ କିଲୋମିଟର ରହିପାରେ ବୋଲି ସେ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande