
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)-‘ପଞ୍ଜାବ କେଶରୀ’ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥିରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ୍ସ
ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ
‘ପଞ୍ଜାବ କେଶରୀ’ ଲାଲା ଲଜପତ ରାୟ ଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ମୋର ବିନମ୍ର
ଶ୍ରଦ୍ଧାଞ୍ଜଳି। ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ ସାହସ, ସଂଘର୍ଷ ଓ ବଳିଦାନ
ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇ ଆସୁଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା