
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଲାଲା ଲଜପତ ରାୟଙ୍କ ପୁଣ୍ୟତିଥିରେ ତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ବାଧୀନତା ସଂଗ୍ରାମୀ, ପଞ୍ଜାବ କେଶରୀ
ଲାଲା ଲଜପତ ରାୟଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।ତାଙ୍କର ଜୀବନୀ ଓ ବଳିଦାନ
ଦେଶବାସୀଙ୍କୁ ସର୍ବଦା ଦେଶସେବା ପାଇଁ ପ୍ରେରଣା ଯୋଗାଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା