
ଧର୍ମଶାଳା,୧୭ ନଭେମ୍ବର(ହି.ସ) - ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦାସ୍ଥ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଘରେ ନୂତନ ଭାବରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ସଂଘ ସଭାପତି ଅଖତର ହୋସେନ ଖାଁଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଥିଲା । ସଂଘ ସମ୍ପାଦକ ବିଶ୍ୱନାଥ ପଣ୍ଡା କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ନାରାୟଣ ପ୍ରସାଦ ଦାସ,ନିମାଇଁ ଚରଣ ଦାସ ,ତ୍ରିଲୋଚନ ମହାପାତ୍ର,ତଜମୁଲ ହୋସେନ,ରଉଫ୍ ଖାଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନର ସଂଘର କାର୍ଯ୍ୟପନ୍ଥା ସମ୍ପର୍କରେ ମତ ଦେଇ ଥିଲେ । ନବାଗତ ସଭ୍ୟ ଅନିରୁଦ୍ଧ ପାଢୀ,ସେକ୍ ଫସିଉଲ ହକ୍,ହେମନ୍ତ କୁମାର ସାହୁ,କୈଳାସ ଚନ୍ଦ୍ର ପାଣିଗ୍ରାହୀ,ପ୍ରତାପରୁଦ୍ର ପଣ୍ଡା,ବିଜୟ କୁମାର ପାଢୀ,ସେକ୍ ସୋଲେମାନ,ମହମ୍ମଦ ମହସିନ,ଧୀରେନ୍ଦ୍ର ଶତପଥୀ ଓ ନାରାୟଣ ଦାସ ପ୍ରମୁଖଙ୍କୁ ଅନୁଷ୍ଠାନର ମୁଖପତ୍ର ‘ବରିଷ୍ଠ’,ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରି ସ୍ୱାଗତ କରିଥିଲେ । ଶେଷରେ ତଜମୁଲ ହୋସେନ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ