ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ବ୍ଯାପକ ପ୍ରସ୍ତୁତି ସିଂହଦ୍ବାରରେ ପ୍ରବେଶ ଅନ୍ଯ ତିନିଦ୍ବାରରେ ପ୍ରସ୍ଥାନ
ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ବ୍ଯାପକ ପ୍ରସ୍ତୁତି ସିଂହଦ୍ବାରରେ ପ୍ରବେଶ ଅନ୍ଯ ତିନିଦ୍ବାରରେ ପ୍ରସ୍ଥାନ ପୁରୀ,, 17 ନଭେମ୍ବର (ହି.ସ.) ଚଳିତ ମାସ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିବ । ଏଥିପାଇଁ ଜିଲ୍ଲା ପୋ
ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ବ୍ଯାପକ ପ୍ରସ୍ତୁତି ସିଂହଦ୍ବାରରେ ପ୍ରବେଶ ଅନ୍ଯ ତିନିଦ୍ବାରରେ ପ୍ରସ୍ଥାନ


ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ବ୍ଯାପକ ପ୍ରସ୍ତୁତି

ସିଂହଦ୍ବାରରେ ପ୍ରବେଶ ଅନ୍ଯ ତିନିଦ୍ବାରରେ ପ୍ରସ୍ଥାନ

ପୁରୀ,, 17 ନଭେମ୍ବର (ହି.ସ.) ଚଳିତ ମାସ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିବ । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ,ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ଯାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦାବ୍ଯ ଜ୍ଯୋତି ପରିଡା ଓ ଏସପି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ନୀତିକାନ୍ତି, ଶ୍ରଦ୍ଧାଳୁଙ୍କ ଦର୍ଶନ, ପାନୀୟଜଳ ବ୍ଯବସ୍ଥା ,ବ୍ଯାରିକେଡ ବ୍ଯବସ୍ଥା, ସ୍ବାସ୍ଥ୍ୟ ବ୍ଯବସ୍ଥା ଓ ପଞ୍ଚତୀର୍ଥରେ ବ୍ଯାପକ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ଡା ସତ୍ଯଜିତ ନାୟକ, ପୁରୀ ଏସପି ପ୍ରତୀକ ସିଂଙ୍କ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ଯବସ୍ଥାକୁ ପରିଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ବ୍ଯାରିକେଡ ସର୍ମ୍ପକରେ ଆଲୋଚନା କରାଯାଇଛି । ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ମାର୍କେଟ ଛକ ଠାରୁ ବ୍ଯାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ । ବାଇଶି ପାହାଚ ଓ ସାତ ପାହଚ ଦେଇ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିବେ । ଦର୍ଶନ ପରେ ଶ୍ରଦ୍ଧାଳୁ ମାନେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ । ଟ୍ରାଫିକ ଓ ପାର୍କିଙ୍ଗ ବ୍ଯବସ୍ଥାକୁ ସୁ ନିୟନ୍ତ୍ରଣ କରାଯିବ । ମାର୍କେଟ ଛକ ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଅଟୋ ଓ ରିକ୍ସା ପ୍ରବେଶ କରିପାରିବ ନାହିଁ । ଭୁବନେଶ୍ବର ପଟୁ ଆସୁଥିବା ଟୁରିଷ୍ଟ ଓ ଯାତ୍ରୀବାହୀ ବସ ଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଙ୍ଗ କରିବ । ଭୁବନେଶ୍ବର ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଗୁଡିକ ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଓ ଜେଲ ରୋଡ ପାର୍କିଙ୍ଗରେ ରହିବେ । ଦୁଇ ଚକିଆ ଯାନ ଗୁଡିକ ମାର୍କେଟ ଛକ ପୂର୍ବରୁ ପାର୍କିଙ୍ଗ କରିବେ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସହାୟତା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବଡଦାଣ୍ଡ ଓ ଟ୍ରାଫିକ ଛକ ଗୁଡିକରେ ୨୪ ଘଣ୍ଟିଆ ସିସି କ୍ଯାମେରା ଜଗି ରହିବ । କୌଣସି ଠାରେ ପ୍ରବଳ ଭିଡ ହେଲେ ଏକ ସ୍ବତନ୍ତ୍ର କ୍ଲିଅରାନ୍ସ ଟିମ ସେଠାରେ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଯାତାୟାତରେ ସହାୟତା କରିବେ । ସମୁଦ୍ରକୂଳରେ ସୁରକ୍ଷା ବ୍ଯବସ୍ଥା ଓ ଲାଇଫଗାର୍ଡ ମୁତୟନ କରାଯିବ । ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପଞ୍ଚୁକ ପାଇଁ ତିନି ହଜାର ସରକାରୀ ହବିଷାଳୀ,ଚାରି ହଜାର ଘରୋଇ ହବିଷାଳୀ ଓ ପଞ୍ଚୁକ ପାଇଁ ତିନି ହଜାର ପଞ୍ଚୁକ ହବିଷାଳୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ମାସକ ପୂଣ୍ୟ ଅର୍ଜନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande