
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ପବିତ୍ର ଗୋଷ୍ଟାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ସେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଗୋପୂଜନ ଓ ଆରାଧନାର ଅନନ୍ୟ ପର୍ବ ପବିତ୍ର ଗୋଷ୍ଟାଷ୍ଟମୀରେ
ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତା ହେଉଛନ୍ତି ପୂଜ୍ୟ, ବାତ୍ସଲ୍ୟ ଓ
ସମୃଦ୍ଧିର ପ୍ରତୀକ। ଏହି ପବିତ୍ର ଦିବସରେ ସମସ୍ତଙ୍କୁ ଗୋମାତାଙ୍କ ଅଶେଷ କୃପା ଓ ଆଶୀର୍ବାଦ
ପ୍ରାପ୍ତ ହେଉ, ପ୍ରଭୁ
ଶ୍ରୀକୃଷ୍ଣଙ୍କ ଚରଣରେ ଏତିକି ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା