କୁମ୍ଭୀର ସହ ଲଢେଇ କରି ନିଜ ଜୀବନ ବଂଚାଇଲେ ଯୁବକ
କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) - କୁମ୍ଭୀର ସହ ଲଢେଇ କରି ନିଜ ଜୀବନ ବଂଚାଇଲେ ଯୁବକ . କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ଗାଁରେ ରେ ଆଜି ଏଭଳି ଏକ ଚମତ୍କାର ଘଟିଛି । କୁମ୍ଭୀର ସହ ଲଢେଇ କରି ଜୀବନ ଫେରି ପାଇଥିବା ଯୁବକ ଜଣକ ହେଉଛନ୍ତି ଧର୍ମପଦ ମଣ୍ଡଳ । ସବୁଦିନ ପରି ଆଜି ସଜାଳ
କୁମ୍ଭୀର ସହ ଲ ଲଢେଇ କରି ନିଜ ଜୀବନ ବଂଚାଇଲେ ଯୁବକ


କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) - କୁମ୍ଭୀର ସହ ଲଢେଇ କରି ନିଜ ଜୀବନ ବଂଚାଇଲେ ଯୁବକ . କେନ୍ଦ୍ରାପଡା ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ଗାଁରେ ରେ ଆଜି ଏଭଳି ଏକ ଚମତ୍କାର ଘଟିଛି । କୁମ୍ଭୀର ସହ ଲଢେଇ କରି ଜୀବନ ଫେରି ପାଇଥିବା ଯୁବକ ଜଣକ ହେଉଛନ୍ତି ଧର୍ମପଦ ମଣ୍ଡଳ । ସବୁଦିନ ପରି ଆଜି ସଜାଳୁ ମଧ୍ୟ ନିଜ ଜାଲ ଓ ଅନ୍ୟାନ୍ୟ ମାଛ ଧରା ସାମଗ୍ରୀ ଧରି ଧର୍ମପଦ ନଦୀକୁ ଯାଇଥିଲେ . ଡଙ୍ଗା ଉପରେ ବସି ଜାଲ ସଜାଡିବା ବେଳେ ହଠାତ ଏକ ବଡ କୁମ୍ଭୀର ଡଙ୍ଗା ପାଖକୁ ଆସି ତାଙ୍କ ବାମ ହାତକୁ ଧରି ପାଣି ଭିତରକୁ ଝାମ୍ପି ନେଲା । କିଛି ବୁଝିବା ପୂର୍ବରୁ କୁମ୍ଭୀର ଧର୍ମପଦଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତୁରନ୍ତ ନିଜ ଜୀବନ ବଂଚାଇବା ପାଇଁ ସଘର୍ଷ କରିବା ଭିତରେ ସାହସର ସହିତ ନିଜ ଡାହାଣ ହାତରେ କୁମ୍ଭିର ଆଖିକୁ ଆକ୍ରମଣ କରିଥିଲେ ଧର୍ମପଦ । କୁମ୍ଭୀର ଆଖିରେ ଜୋରରେ ଆଘାତ ଲାଗିବା ପରେ ସେ ଧର୍ମପଦଙ୍କ ଛାଡି ଚାଲି ଯାଇଥିଲା . ଧର୍ମପଦ ନିଜ ଡଙ୍ଗା ଉପରକୁ ଫେରି ଆସିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ଚିକତ୍ସା ପାଇଁ ଅଣାଯାଇଥିଲା । କୁମ୍ଭିର ପ୍ରାୟ ୧୦ ଫୁଟ ଲମ୍ବା ଥିଲା ବୋଲି ଧର୍ମପଦ କହିଛନ୍ତି .

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande