୧୦ ମାସର ଶିଶୁପୁତ୍ରକୁ କୂଅରେ ଫିଙ୍ଗି ହତ୍ୟା ଘଟଣାରେ, କୁଆଁରୀ ମାଁ ଓ ନାବାଳିକାକୁ କୁଆଁରୀ ମାଁ କରିଥିବା ଅଭିଯୁକ୍ତ ଗିରଫ

ସମ୍ବଲପୁର, ୨୧, ନଭେମ୍ବର (ହି.ସ.) ୧୦ ମାସର ଶିଶୁପୁତ୍ରକୁ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗରେ ଜୁଜୁମୁରା ଥାନା ପୋଲିସ ୨୧୦/୨୬ ମାମଲାରେ କୁଆଁରୀ ମାଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ଏହି ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିବା ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା କାମୁକ ଅଭିଯୁକ୍ତ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ସ୍ୱର୍ଗତ କ୍ଷୀରୋଦ ପ୍ରଧାନର ୨୨ ବର୍ଷିୟ ପୁଅ ଲୋକେଶ୍ୱର ପ୍ରଧାନ ଓରଫ ସତୀଶକୁ ୨୧୧/୨୬ ମାମଲାରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ସୁଚନାନୁଯାୟୀ

ଗତ ନଭେମ୍ବର ୧୮ ଓ ୧୯ ତାରିଖ ମଧ୍ୟବର୍ତ୍ତୀ ରାତି ପ୍ରାୟ ୧ଟା ସମୟରେ ଅଭିଯୋଗକାରିଣୀ ନିଜ ୧୦ ମାସର ପୁଅକୁ ନିକଟସ୍ଥ ଏକ କୂଅରେ ଫିଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଦୀର୍ଘଦିନ ଧରି ସାମାଜିକ ନିନ୍ଦା ଓ ଅପବାଦ, ପରିବାରର ସହଯୋଗ ଅଭାବ, ଆର୍ଥିକ ଅନଟନ ଏବଂ ଅବହେଳା ଯୋଗୁଁ ମହିଳା ଜଣକ ମାନସିକ ଚାପରେ ରହିଥିବା ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।

ଏହି ଘଟଣାରେ ଅଭିଯୋଗକାରିଣୀଙ୍କୁ ଗିରଫ କରାଯାଇ ଆଜି ଅଦାଲତକୁ ଚାଲାଣ କରାଯାଉଛି। ସେହିପରି ବିବାହର ପ୍ରତିଶ୍ରୁତି ଦେଇ ପିଡୀତା ନାବାଳିକାକୁ ଗର୍ଭବତୀ ପର୍ଯ୍ୟନ୍ତ କ୍ରମାଗତ ଦୁଷ୍କର୍ମ କରିବା ଏବଂ ଏକ ଶିଶୁପୁତ୍ର ପ୍ରସବ ପରେ ନାବାଳିକାକୁ ପରିତ୍ୟାଗ କରିବା ଅଭିଯୋଗରେ ଜୁଜୁମୁରା ଥାନା ପୋଲିସ କାମୁକ ୨୨ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁଚନାନୁଯାୟୀ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ସ୍ୱର୍ଗତ କ୍ଷୀରୋଦ ପ୍ରଧାନର ୨୨ ବର୍ଷିୟ ପୁଅ ଲୋକେଶ୍ୱର ପ୍ରଧାନ ଓରଫ ସତୀଶ ୨୦୨୪-୨୫ ମସିହାରେ ପୀଡ଼ିତା ନାବାଳିକା ସହ ପ୍ରେମ ସମ୍ପର୍କ ବଢ଼ାଇ ଥିଲା । ଉଭୟଙ୍କ ମଧ୍ୟରେ ପ୍ରମରେ ଘନିଷ୍ଠତା ବଢିବା ପରେ ବିବାହ ପ୍ରତିଶ୍ରୁତି ଦେଇ କାମୁକ ସତୀଶ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନକୁ ନାବାଳିକା ପ୍ରମିକାକୁ ନେଇ ଶାରୀରିକ ସମ୍ଭୋଗ କରି ଆସୁଥିଲା । କ୍ରମାଗତ ଶାରୀରିକ ସମ୍ଭୋଗ କରିବା ଦ୍ବାରା

ପୀଡ଼ିତା ନାବାଳିକା ଜଣଙ୍କ ଗର୍ଭବତୀ ହୋଇ ଶେଷରେ ୨୦୨୬ ଜାନୁଆରୀରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲା । ଘର, ପରିବାର ଓ ବନ୍ଧୁ ପରିଜନଙ୍କ ଠାରୁ ନାବାଳିକା ପ୍ରେମିକା ଜଣଙ୍କ କଳଙ୍କିତ କୁମାରୀ ମାଁ ପରିଚୟରେ ଲାଞ୍ଛିତ ହେଉଥିବା ବେଳେ କାମୁକ ସତୀଶ ଆଉ ଧରାଛୁଆଁ ଦେଇନଥିଲା । ଏପରିକି ବିବାହର ପ୍ରତିଶ୍ରୁତିକୁ ମଧ୍ୟ ଏଡ଼ାଇ ଦେଇଥିଲା । ଲୋକଲଜ୍ଯା ଓ ପାରିବାରିକ ଆର୍ଥିକ ଦୃଷ୍ଟିକୋଣରୁ ନାବାଳିକା ଜଣଙ୍କ ବହୁ ଅନୁରୋଧ କରିଥିଲେ ମଧ୍ୟ କୁମାରୀ ମାଁ ଓ ନବ ଜନ୍ମିତ ଶିଶୁକୁ ସତୀଶ ପରିତ୍ୟାଗ କରି ଫେରାର ରହିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande