ବାମରା ବ୍ଲକସ୍ତରୀୟ ପଡ଼ୋଶୀ ଯୁବ ସଂସଦ ଓ ନିଶାମୁକ୍ତ ଯୁବ ସମାଜ ଗଠନ ଅଭିଯାନ

ସମ୍ବଲପୁର , ୨୧, ନଭେମ୍ବର (ହି.ସ.) ମେରା ଯୁବା ଭାରତ, ସମ୍ବଲପୁର ଆନୁକୂଲ୍ୟରେ ବାମରା ବ୍ଲକର କେଶାଇବାହାଲ ସ୍ଥିତ ପିଡିଆର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ପଡ଼ୋଶୀ ଯୁବ ସଂସଦ ଓ ନିଶାମୁକ୍ତ ଯୁବ ସମାଜ ଗଠନ ଅଭିଯାନ 'ବିକଶିତ ଭାରତ' ଉପରେ ଆଧାରିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୋଗାଚାର୍ଯ୍ୟ ସୁରେନ୍ଦ୍ର ଶାସ୍ତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ, କୁଚିଣ୍ଡାର ବି.କେ. ରୀନା ଓ ବି.କେ. ସୁନିତା, ପିଡିଆର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦାସ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ରଜନୀକାନ୍ତ ପଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ନିଶା ନିବାରଣ, ନିଶାମୁକ୍ତ ଯୁବ ସମାଜ ଗଠନ, ଯୁବପିଢ଼ିଙ୍କ ମତାମତ, ଆଲୋଚନା ଓ ତର୍କବିତର୍କ ମାଧ୍ୟମରେ ସାମାଜିକ ସମସ୍ୟାର ସମାଧାନ ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଯୁବକମାନେ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନରେ ନିଜର ଯୋଗଦାନ ଦେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଯୁବପିଢ଼ିଙ୍କ ପ୍ରତିଭା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗୀତ ଓ ଭାଷଣ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ମଞ୍ଚ ପରିଚାଳନା କରିଥିଲେ କିଶାନ କୁମାର ଦେଓ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ରୋଶନ କୁମାର ସାହୁ।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବାମରା ବ୍ଲକର ମେରା ଯୁବା ଭାରତ ସ୍ୱେଚ୍ଛାସେବୀ ବିଭୂତି ପ୍ରୁସେଠ ଓ କେଶବ ମେହେର ଏବଂ କୁଚିଣ୍ଡା ବ୍ଲକର ସ୍ୱେଚ୍ଛାସେବୀକା ସୌମିତ୍ରୀ ପ୍ରୁସେଠ ସହଯୋଗ କରିଥିଲେ। ଏଥିସହ ରାଉତବାହାଲ ସ୍ଥିତ ଶିବମ୍ ୟୁଥ୍ କ୍ଲବ୍ ଓ ଏହାର ବରିଷ୍ଠ ସଦସ୍ୟ ଧନେଶ୍ୱର ସାହୁ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତ ସମାଜ ଗଠନ, ସାମାଜିକ ଦାୟିତ୍ୱବୋଧ ଓ ରାଷ୍ଟ୍ର ନିର୍ମାଣ ପ୍ରତି ନୂତନ ଉତ୍ସାହ ଓ ସଚେତନତା ସୃଷ୍ଟି କରିବାରେ ବେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande