ପଞ୍ଚୁକ ଅବସରରେ ଶ୍ରୀଜିଉଙ୍କୁ ରାଜରାଜେଶ୍ୱର ବେଶ
ଜୟପୁର,, 21 ନଭେମ୍ବର (ହି.ସ.) ପବିତ୍ର କାତ୍ତିକ ମାସର ପଞ୍ଚୁକ ଅବସରରେ ଜୟପୁର ଉତ୍ସବ ମୁଖର ହୋଇଛି । ଜୟପୁର ଜଗନ୍ନାଥ ମନ୍ଦିରରରେ ବଡ ଏକାଦଶୀ ଉପଲକ୍ଷେ ଶ୍ରୀ ଜିଉଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇଛି । ସ୍ୱତନ୍ତ୍ର ଆଳତି, ଭୋଗ ଲାଗି କରାଯାଇଥିବା ବେଲେ ଶ୍ରୀଜିଉଙ୍କୁ ଦେଖିବା ପାଇ ହଜାର
ପଞ୍ଚୁକ ଅବସରରେ ଶ୍ରୀଜିଉଙ୍କୁ ରାଜରାଜେଶ୍ୱର ବେଶ


ଜୟପୁର,, 21 ନଭେମ୍ବର (ହି.ସ.) ପବିତ୍ର କାତ୍ତିକ ମାସର ପଞ୍ଚୁକ ଅବସରରେ ଜୟପୁର ଉତ୍ସବ ମୁଖର ହୋଇଛି । ଜୟପୁର ଜଗନ୍ନାଥ ମନ୍ଦିରରରେ ବଡ ଏକାଦଶୀ ଉପଲକ୍ଷେ ଶ୍ରୀ ଜିଉଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯାଇଛି । ସ୍ୱତନ୍ତ୍ର ଆଳତି, ଭୋଗ ଲାଗି କରାଯାଇଥିବା ବେଲେ ଶ୍ରୀଜିଉଙ୍କୁ ଦେଖିବା ପାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସଂକିତ୍ତନ ମଣ୍ଡଳିଙ୍କ ହରି ନାମ ଭଜନରେ ପରିବେଶ ମୁଖରିତ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବଡ ଏକାଦଶି ଉପଲକ୍ଷେ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଯାଇ ଜୀଜିଉଙ୍କୁ ଦର୍ଶନ କରି ଫେରୁଥିବା ବେଳେ ମନ୍ଦିର ମୁଖ୍ୟ ପୁରୋହିତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସମସ୍ତ ନିତି କାନ୍ତି ତୁଲାଉ ଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବଲ୍ଲଭ ନାରାୟଣ ଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇଛି । ବଡ ଏକାଦଶି ଅବସରରେ ୫୬ ଭୋଗ ଲାଗି କରାଯିବା ସହ ୪ ଧର ବେଢା ପରିକ୍ରମା କରାଯାଇଛି । ମନ୍ଦିରକୁ ଆଲୋକ ମାଳାରେ ସତ୍ତି କରାଯାଇଥିବା ବେଳେ ମନ୍ଦିର ପରିସରରେ ଭଜନ ସମାରୋହ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande