
ସମ୍ବଲପୁର,୨୧, ନଭେମ୍ବର (ହି.ସ.) - ବେଆଇନ ଗଞ୍ଜେଇ କାରବାରରେ ଅବକାରୀ ବିଭାଗର ସ୍ଥାଣୁତାକୁ ଦେଖି ଏବେ ପୋଲିସ ପ୍ରଶାସନ ଦୃଢ ଆଭିମୁଖ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ନିକଟରେ ବେଆଇନ ଗଞ୍ଜେଇ କାରବାରରେ ଚଢ଼ଉ କରି ଚାରମାଳ ଥାନା ପୋଲିସ ୧୧ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ ଏକ ବିଶ୍ୱାସନୀୟ ସୂଚନା ଆଧାରରେ ଗତ ୨୦ ତାରିଖରେ ଚାରମାଳ ଥାନା ପୋଲିସ ଚୁଡ଼ାପୁଡୁଗ ଗ୍ରାମରେ ଚଢ଼ଉ କରିଥିଲା। ଏହି ସମୟରେ ଗ୍ରାମର ହିରେନ୍ଦ୍ର କର୍ଣ୍ଣର ଘରୁ ୧୧ କେଜି ୮୦୦ ଗ୍ରାମ ଗଞ୍ଜେଇ ବାହାରିବା ପରେ ପୋଲିସ ଏହାକୁ ଜବତ କରିଥିଲା।
ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁସମେଲ (ଆଅର୍ାର୍ କଲୋନୀ)ର ବଳଦେବ ପାଟଣିଆର ୧୯ ବର୍ଷିୟ ପୁଅ ପ୍ରକାଶ ପାଟଣିଆକୁ ପୁଲିସ ଗିରଫ କରିଛି। ଏହି ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏନେଇ ଚାରମାଳ ଥାନାରେ ୧୮୫/୨୬, ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)(ବି) ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ