ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ
ଧର୍ମଶାଳା,୨୧ନଭେମ୍ବର(ହି.ସ.) - ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲା ବଡଚଣା ବ୍ଲକ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ହରିଶ୍ଚ ଚନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ଯାଜପୁର ସାଂସଦ ଡକ୍
ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ


ଧର୍ମଶାଳା,୨୧ନଭେମ୍ବର(ହି.ସ.) - ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଯାଜପୁର ଜିଲା ବଡଚଣା ବ୍ଲକ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ହରିଶ୍ଚ ଚନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ଯାଜପୁର ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦୟଗିରି ସବୁଥିରେ ବିରଳ ଓ ବିଶ୍ୱ ବିଖ୍ୟାତ ବୌଦ୍ଧସ୍ଥଳ ରୂପେ ପ୍ରସିଦ୍ଧ ଲାଭ କରିଛି । ବୌଦ୍ଧ ଭିକ୍ଷୁମାନେ ଆସି ଏଠାରେ ବସତି ସ୍ଥାପନ କରିଥିଲେ । ଏବଂ ଏହି ଉଦୟଗିରି ମାଟିର ମାହାତ୍ମ୍ୟ ରହିଛି । ପ୍ରାକୃତିକ ଶୋଭାରାଜି ଏହି ଅଂଚଳକୁ ସୌନ୍ଦର୍ଯ୍ୟମୟ କରୁଥିବା ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଭାବେ ଜିରାଙ୍ଗ ପଦ୍ମ ସମ୍ଭବ ମହାବିହାରର ହେ ଲୁଟୁଂଲ ରିମ୍ପୋଚେ ଯୋଗ ଦେଇ ବୁଦ୍ଧ ସଂସ୍କୃତି ଉପରେ ମତବ୍ୟକ୍ତ କରିଥିବା ବେଳେ ଉଦୟଗିରି ବୁଦ୍ଧ ମହୋତ୍ସବ ଆବାହାକ ମହେଶ୍ୱର ବଳ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ନୃତ୍ୟ ସଂଗୀତ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଆୟୋଜିତ ପଲ୍ଲୀଶ୍ରୀ ମେଳାକୁ ଅତିଥିମାନେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲାର କୋଣ ଅନୁକୋଣରୁ ବୁଦ୍ଧ ପ୍ରେମୀ ,କବି,ସୁସାହିତ୍ୟିକ ଓ ବରିଷ୍ଠ ମୁରବୀ ପ୍ରମୁଖ ଯୋଗ ଦେଇଥିିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ଅସନ୍ତା କାଲି ଉଦଯାପନୀ ସମାରୋହରେ ସ୍ଥାନୀୟ ବିଧାୟକ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ସୂଚନା ଦିଆ ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande