ଅରୁଣାଚଳ ପ୍ରଦେଶର ବିକାଶ, ସୁରକ୍ଷା ଓ ଶାନ୍ତି ସମଗ୍ର ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ : ଅମିତ ଶାହ
ଅରୁଣାଚଳ ପ୍ରଦେଶ ପୁଲିସକୁ ପ୍ରଦାନ କଲେ ରାଷ୍ଟ୍ରପତିଙ୍କ ଧ୍ୱଜ, ୯୩୨ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଗଲା ନିଯୁକ୍ତିପତ୍ର - ସ୍ଥାନୀୟ ଲୋକଙ୍କ ସହମତିରେ ହିଁ ଆଗକୁ ବଢ଼ିବ ସିୟାଙ୍ଗ ପ୍ରକଳ୍ପ, ପ୍ରଭାବିତଙ୍କୁ ମିଳିବ ସର୍ବୋତମ ପୁନର୍ବାସ ପ୍ୟାକେଜ୍ ଇଟାନଗର, ୨୧ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃ
अरुणाचल प्रदेशः बंदरदेवा में आयोजित कार्यक्रम में केंद्रीय गृह मंत्री अमित शाह एवं मुख्यमंत्री पेमा खांडू।


बंदरदेवा में आयोजित कार्यक्रम में अरुणाचल प्रदेश पुलिस को प्रतिष्ठित 'राष्ट्रपति का ध्वज प्रदान करते केंद्रीय गृह मंत्री अमित शाह


- ଅରୁଣାଚଳ ପ୍ରଦେଶ ପୁଲିସକୁ ପ୍ରଦାନ କଲେ ରାଷ୍ଟ୍ରପତିଙ୍କ ଧ୍ୱଜ, ୯୩୨ ନବନିଯୁକ୍ତ କର୍ମଚାରୀଙ୍କୁ ଦିଆଗଲା ନିଯୁକ୍ତିପତ୍ର

- ସ୍ଥାନୀୟ ଲୋକଙ୍କ ସହମତିରେ ହିଁ ଆଗକୁ ବଢ଼ିବ ସିୟାଙ୍ଗ ପ୍ରକଳ୍ପ, ପ୍ରଭାବିତଙ୍କୁ ମିଳିବ ସର୍ବୋତମ ପୁନର୍ବାସ ପ୍ୟାକେଜ୍

ଇଟାନଗର, ୨୧ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ବିକାଶ, ସେଠାରେ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ସମଗ୍ର ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅରୁଣାଚଳ ପ୍ରଦେଶ ପୁଲିସକୁ ସମ୍ମାନଜନକ ରାଷ୍ଟ୍ରପତି ଧ୍ୱଜ (ପ୍ରେସିଡେଂସି୍ସ କଲର) ପ୍ରଦାନ କରାଯିବା ରାଜ୍ୟବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ଅମିତ ଶାହ ବନ୍ଦରଦେବାସ୍ଥିତ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଅରୁଣାଚଳ ପ୍ରଦେଶ ପୁଲିସକୁ ରାଷ୍ଟ୍ରପତି ଧ୍ୱଜ ପ୍ରଦାନ ନିମନ୍ତେ ଆୟୋଜିତ ସମାରୋହକୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ସେ ଅରୁଣାଚଳ ପ୍ରଦେଶ ପୁଲିସ, ଭାରତ-ତିବ୍ୱତ ସୀମା ପୁଲିସ (ଆଇଟିବିପି), ଆସାମ ରାଇଫଲ୍ସ ଏବଂ ଅନ୍ୟ ସୁରକ୍ଷା ବାହିନୀର ଅବଦାନକୁ ପ୍ରଶଂସା କରିଥିଲେ। ଏହି ବାହିନୀଗୁଡ଼ିକ ଅରୁଣାଚଳ ପ୍ରଦେଶ ଏବଂ ଅନ୍ତର୍ଜାତୀୟ ସୀମାରେ ମୁତୟନ ରହି ଦେଶର ସୁରକ୍ଷା ଓ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ସେ କହିଥିଲେ।

କେନ୍ଦ୍ରୀୟ ଗୃହମନ୍ତ୍ରୀ ବିଜେପି ସରକାରଙ୍କ କାର୍ଯ୍ୟକାଳରେ ରାଜ୍ୟରେ ମଞ୍ଜୁର ହୋଇଥିବା ଏବଂ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଉଲ୍ଲେଖ କରିଥିଲେ। ଏଥିରେ ସେଲା ସୁଡ଼ଙ୍ଗ, ଗ୍ରୀନଫିଲ୍ଡ ବିମାନବନ୍ଦର, ସଡ଼କ, ରେଳପଥ ଏବଂ ଅନ୍ୟାନ୍ୟ ଭିତିଭୂମି ପ୍ରକଳ୍ପ ସାମିଲ ରହିଛି।

ପ୍ରସ୍ତାବିତ ସିୟାଙ୍ଗ ଅପର ବହୁମୁଖୀ ପ୍ରକଳ୍ପ (ଏସ୍ୟୁଏମ୍ପି) ସମ୍ପର୍କରେ ଉଲ୍ଲେଖ କରି ଶାହ କହିଥିଲେ ଯେ ଏହା ଜାତୀୟ ଗୁରୁତ୍ୱ ବହନ କରୁଥିବା ଏକ ପ୍ରକଳ୍ପ। ଅରୁଣାଚଳ ପ୍ରଦେଶର ବିକାଶ, ଦେଶର ଶକ୍ତି ସୁରକ୍ଷା, ରାଜ୍ୟର ଆୟ ବୃଦ୍ଧି, ରଣନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ପ୍ରସ୍ତାବ ଦିଆଯାଇଛି। ସ୍ଥାନୀୟ ଲୋକଙ୍କୁ ବିଶ୍ୱାସକୁ ନେଇ ହିଁ ସରକାର ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବେ ବୋଲି ସେ ସ୍ପଷ୍ଟ କରିଥିଲେ। ଏଥିପାଇଁ ସ୍ଥାନୀୟ ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଭାବନାକୁ ସମ୍ମାନ ଦେଇ ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଯିବ।

ପ୍ରସ୍ତାବିତ ବୃହତ୍ ବନ୍ଧକୁ ନେଇ ସ୍ଥାନୀୟ ଲୋକ, ବିଶେଷକରି ଆଦି ସମ୍ପ୍ରଦାୟର ଚିନ୍ତାକୁ ନେଇ ଅମିତ ଶାହ ଆଶ୍ୱାସନା ଦେଇ କହିଥିଲେ ଯେ ସକାରାତ୍ମକ ଓ ରଚନାତ୍ମକ ଆଲୋଚନା ପରେ ହିଁ ସରକାର ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ କରିବେ। ସିୟାଙ୍ଗ ଅଂଚଳର ଲୋକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ସମ୍ପ୍ରଦାୟର ସାଂସ୍କୃତିକ ପରିଚୟ, ପରମ୍ପରା ଓ ଭାବନା ସହ କେନ୍ଦ୍ର ସରକାର କୌଣସି ସାଲିସ କରିବେ ନାହିଁ ବୋଲି ସେ କହିଥିଲେ।

କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଥିଲେ ଯେ ସେ ନିଜେ ଏବଂ ଭାରତ ସରକାର ସ୍ଥାନୀୟ ଲୋକଙ୍କ, ବିଶେଷକରି ଆଦି ସମ୍ପ୍ରଦାୟର ପରମ୍ପରାକୁ ଗଭୀର ସମ୍ମାନ କରନ୍ତି। ଭବିଷ୍ୟତରେ ଏହି ପ୍ରକଳ୍ପକୁ ନେଇ ନିଆଯିବାକୁ ଥିବା ସମସ୍ତ ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ଓ ସହମତି ଆଧାରରେ ହିଁ ନିର୍ଦ୍ଧାରଣ କରାଯିବ।

ଅମିତ ଶାହ ଏହା ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଦେଶର ସର୍ବୋତମ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ପ୍ରଦାନ କରାଯିବ। ପ୍ରକଳ୍ପକୁ ବିରୋଧ କରୁଥିବା ସ୍ଥାନୀୟ ବାସିନ୍ଦା ଓ ସଂଗଠନଗୁଡ଼ିକୁ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଏହାଦ୍ୱାରା କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସହ ମଧ୍ୟ ପରବର୍ତୀ ଆଲୋଚନାର ରାସ୍ତା ଖୋଲିପାରିବ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଯୁକ୍ତିପତ୍ର ପାଇଥିବା ସମସ୍ତ ୯୩୨ ଜଣ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ନିଯୁକ୍ତିରେ ଛଅଟି ବର୍ଗ ସାମିଲ ରହିଛି। ସେଗୁଡ଼ିକ ହେଲା ୧୪ ଜଣ କନଷ୍ଟେବଳ ବ୍ୟାଣ୍ଡ (ଆଇଆର୍ବିଏନ୍), ୨୩୫ ଜଣ କନଷ୍ଟେବଳ, ୧୫୭ ଜଣ ମହିଳା କନଷ୍ଟେବଳ (ସିଭିଲ୍ ପୁଲିସ), ୨୧୧ ଜଣ ପୁରୁଷ କନଷ୍ଟେବଳ (ସିଭିଲ୍ ପୁଲିସ), ୭୨ ଜଣ ଫାୟାରମ୍ୟାନ୍ ଏବଂ ସ୍ପେଶାଲ୍ ଟାଇଗର ପ୍ରୋଟେକ୍ସନ୍ ଫୋର୍ସର ୨୪୩ ଜଣ କର୍ମଚାରୀ।

-------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande