୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ଏମ୍ଏସ୍ଏମ୍ଇ ଓ କୃଷି କ୍ଷେତ୍ରକୁ ଋଣ ସହାୟତା ବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ରାଜ୍ୟରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ସହ ଋଣ ପ୍ରଦାନର ଗତି ବୃଦ୍ଧି ଏବଂ ବ୍ୟାଙ୍କିଙ୍ଗ ସେବାର ପରିସର ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏମ୍ଏସ୍ଏମ୍ଇ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଆବଶ୍ୟକ ସମୟରେ ପର୍ଯ୍ୟାପ୍ତ ଋଣ ସହାୟତା ଯୋଗାଇଦେବା
gbdmh


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ରାଜ୍ୟରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ସହ ଋଣ ପ୍ରଦାନର ଗତି ବୃଦ୍ଧି ଏବଂ ବ୍ୟାଙ୍କିଙ୍ଗ ସେବାର ପରିସର ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏମ୍ଏସ୍ଏମ୍ଇ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଆବଶ୍ୟକ ସମୟରେ ପର୍ଯ୍ୟାପ୍ତ ଋଣ ସହାୟତା ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ୱାନ କରାଯାଇଛି।

ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଶନିବାର ଭୁବନେଶ୍ୱରରେ ୧୮୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ସାବୁ ଏଥିରେ ଉପସ୍ଥିତ ଥିଲେ।

ବୈଠକରେ ଉନ୍ନୟନ କମିଶନର ସମସ୍ତ ବ୍ୟାଙ୍କକୁ ରାଜ୍ୟରେ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ଖୋଲିବା ଏବଂ ତୃଣମୂଳ ସ୍ତରରେ ବ୍ୟାଙ୍କିଙ୍ଗ ସେବାର ପହଂଚ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ଋଣ-ଜମା ଅନୁପାତ ବୃଦ୍ଧି କରିବାକୁ ସେ ଆହ୍ୱାନ ଜଣାଇଥିଲେ।

ରାଜ୍ୟର ବର୍ତମାନର ଋଣ-ଜମା ଅନୁପାତ ୭୩.୯୫ ପ୍ରତିଶତ ରହିଛି। ଅନ୍ୟ କେତେକ ରାଜ୍ୟ ତୁଳନାରେ ଏହା କମ୍ ଥିବାରୁ ଏହାର ଉନ୍ନତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସମେତ ସମାଜର ଦୁର୍ବଳ ଏବଂ ଆର୍ôଥକ ସେବାରୁ ବଂଚିତ ବର୍ଗଙ୍କୁ ଲକ୍ଷ୍ୟଭିତିକ ଋଣ ସହାୟତା ଯୋଗାଇଦେବାକୁ ସେ କହିଥିଲେ। ଏହାଦ୍ୱାରା ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ଆର୍ôଥକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ମଧ୍ୟ ବ୍ୟାଙ୍କିଙ୍ଗ ସେବାର ପରିସର ବୃଦ୍ଧି ଏବଂ ଅଧିକ ସ୍ଥାୟୀ ବ୍ୟାଙ୍କ ଶାଖା ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ଦେଶବ୍ୟାପୀ ଚାଲିଥିବା ଆର୍ôଥକ ଅନ୍ତର୍ଭୁକ୍ତୀକରଣ ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସୁଫଳ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହେଂଚ, ତାହା ସୁନିଶ୍ଚିତ କରିବାକୁ ସେ କହିଥିଲେ।

ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାବୁ ତୃଣମୂଳ ସ୍ତରରେ ବ୍ୟାଙ୍କିଙ୍ଗ ସେବାକୁ ଅଧିକ ସୁଦୃଢ଼ କରିବା ଉପରେ ଜୋର୍ ଦେଇଥିଲେ। ଗ୍ରାହକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା ସହ ରାଜ୍ୟରେ ବ୍ୟାଙ୍କଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବାକୁ ସେ ଆହ୍ୱାନ ଜଣାଇଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶକ ସି.ବି. ମାଥ୍ୟୁସ୍ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିଥିଲେ।

ବୈଠକରେ ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତୀକରଣ, ଏମ୍ଏସ୍ଏମ୍ଇ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ, ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଏବଂ ନାବାର୍ଡର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟମାନେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande