ବିପଦ ସମୟରେ ମଣିଷ ପାଇଁ ମଣିଷ ହିଁ ସବୁଠୁ ବଡ଼ ଭରସା
ବାଘଲଟି ଡ୍ୟାମ୍ ନିକଟରେ ଜଳଘେରରେ ଫସିଥିବା ଦମ୍ପତିଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ ବିପଦସଂକୁଳ ଅଞ୍ଚଳରୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଲେ; ଯବାନଙ୍କ ସାହସ ଓ ସେବା ମନୋଭାବକୁ ପ୍ରଶଂସା ଗଞ୍ଜାମ, ୨୧ ନଭେମ୍ବର (ହି.ସ.): ବିପଦ ସମୟରେ ମଣିଷ ହିଁ ମଣିଷର ସବୁଠୁ ବଡ଼ ଭରସା। ପ୍ରବଳ ଜଳସ୍ରୋତ ଯୋଗୁଁ
Qertyuii


ବାଘଲଟି ଡ୍ୟାମ୍ ନିକଟରେ ଜଳଘେରରେ ଫସିଥିବା ଦମ୍ପତିଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ବିପଦସଂକୁଳ ଅଞ୍ଚଳରୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଲେ; ଯବାନଙ୍କ ସାହସ ଓ ସେବା ମନୋଭାବକୁ ପ୍ରଶଂସା

ଗଞ୍ଜାମ, ୨୧ ନଭେମ୍ବର (ହି.ସ.): ବିପଦ ସମୟରେ ମଣିଷ ହିଁ ମଣିଷର ସବୁଠୁ ବଡ଼ ଭରସା। ପ୍ରବଳ ଜଳସ୍ରୋତ ଯୋଗୁଁ ଫେରିବାର ବାଟ ବନ୍ଦ ହୋଇଯାଇଥିବା ବେଳେ ଜଳଘେରରେ ଫସିଥିବା ଏକ ଦମ୍ପତିଙ୍କ ପାଇଁ ଦେବଦୂତ ସାଜି ପହଞ୍ଚିଥିଲେ ଓଡ୍ରାଫ୍ ଯବାନ। ଗଞ୍ଜାମ ଜିଲ୍ଲାର ବାଘଲଟି ଡ୍ୟାମ୍ ନିକଟସ୍ଥ ଏକ ବିପଦସଂକୁଳ ଅଞ୍ଚଳରୁ ଦମ୍ପତିଙ୍କୁ ସୁରକ୍ଷିତ ଉଦ୍ଧାର କରି ଘରେ ପହଞ୍ଚାଇଛନ୍ତି ଉଦ୍ଧାରକାରୀ ଦଳ।

ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ଅନ୍ତର୍ଗତ ଅଙ୍କୁଲି ପଞ୍ଚାୟତର ଦୁଲିଆ ଗ୍ରାମର ରାଇବାରୀ କାର୍ଜି ଓ ତାଙ୍କ ସ୍ୱାମୀ ସହଦେବ କାର୍ଜି ନିଜ ଗାଁକୁ ଫେରୁଥିବା ସମୟରେ ବାଘଲଟି ଡ୍ୟାମ୍ ନିକଟରେ ଜଳଘେରରେ ଫସିଯାଇଥିଲେ। ଚାରିପଟେ ପାଣି ଘେରି ରହିଥିବାରୁ ଆଗକୁ ବଢ଼ିବା କିମ୍ବା ଫେରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା।

ଏ ସମ୍ପର୍କରେ ଖବର ପାଇବା ପରେ ଚତୁର୍ଥ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଓଡ୍ରାଫ୍ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜଳପୂର୍ଣ୍ଣ ଓ ବିପଦସଂକୁଳ ଅଞ୍ଚଳ ଦେଇ ଉଭୟଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ଶୁଖିଲା ରାସନ ଯୋଗାଇ ଦେଇ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇଥିଲେ ଯବାନମାନେ।

ଏହି ଉଦ୍ଧାର ଅଭିଯାନରେ ଏସ୍‌ଆଇ (ସଶସ୍ତ୍ର) ଜଗତରାମ ରାୟଙ୍କ ନେତୃତ୍ୱରେ କନଷ୍ଟେବଳ ଭୂପେନ ସାମଲ, ଜ୍ଞାନନିଧି ଭୋଇ ଓ ଶୁଭେନ୍ଦୁ ପ୍ରଧାନଙ୍କ ସମେତ ଓଡ୍ରାଫ୍ ଦଳର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ।

ନିଜ ଜୀବନର ସୁରକ୍ଷାକୁ ପଛରେ ପକାଇ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିଥିବା ଓଡ୍ରାଫ୍ ଯବାନଙ୍କ ସାହସ, ସେବା ଓ ମାନବିକତାର ଏହି କାର୍ଯ୍ୟକୁ ଦମ୍ପତି ପ୍ରଶଂସା କରିଛନ୍ତି। ଉଭୟେ ସୁରକ୍ଷିତ ଭାବେ ଗାଁରେ ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ଶେଷ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande