
ଟୋଙ୍କ (ରାଜସ୍ଥାନ), ୨୧ ନଭେମ୍ବର (ହି.ସ.)। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶନିବାର କହିଛନ୍ତି ଯେ, ବ୍ରିକ୍ସ କୌଣସି ଦେଶ ପାଇଁ ଆହ୍ୱାନ ନୁହେଁ। ଭାରତର ‘ବସୁଧୈବ କୁଟୁମ୍ବକମ୍?’ ଭାବନା ଅନୁରୂପ ଏହା ସମସ୍ତ ରାଷ୍ଟ୍ରର ସାମୂହିକ ସମୃଦ୍ଧି ଓ କଲ୍ୟାଣର ଏକ ମଂଚ।
ରାଜସ୍ଥାନର ଟୋଙ୍କସ୍ଥିତ ବନସ୍ଥଳୀ ବିଦ୍ୟାପୀଠରେ ଆୟୋଜିତ ‘ବ୍ରିକ୍ସ ମହିଳା ନେତୃତ୍ୱ ଶିଖର ସମ୍ମିଳନୀ’ର ଉଦ୍?ଘାଟନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି କଥା କହିଥିଲେ। ଭାରତର ‘ବସୁଧୈବ କୁଟୁମ୍ବକମ୍?’ ଅର୍ଥାତ୍ ସମଗ୍ର ବିଶ୍ୱ ଏକ ପରିବାର ବୋଲି ଧାରଣାର ଉଲ୍ଲେଖ କରି ସେ କହିଥିଲେ, “ବ୍ରିକ୍ସ କୌଣସି ଦେଶ ପାଇଁ ଆହ୍ୱାନ ନୁହେଁ ଏବଂ କାହାକୁ ଆହ୍ୱାନ ଦେବା ଏହାର ଉଦ୍ଦେଶ୍ୟ ମଧ୍ୟ ନୁହେଁ। ଏହାର ମାର୍ଗଦର୍ଶକ ଦର୍ଶନ ସମସ୍ତ ରାଷ୍ଟ୍ରର ସାମୂହିକ ସମୃଦ୍ଧି ଓ କଲ୍ୟାଣ ଉପରେ ଆଧାରିତ। ବ୍ରିକ୍ସଠାରୁ ମଧ୍ୟ ଭାରତର ଦୃଷ୍ଟିକୋଣ ଅଧିକ ବ୍ୟାପକ ଏବଂ ବିଶ୍ୱ କଲ୍ୟାଣ ଓ ସହଯୋଗର ପ୍ରୟାସରେ ପ୍ରତ୍ୟେକ ଦେଶର ନିଜସ୍ୱ ବିଶେଷ ଗୁରୁତ୍ୱ ରହିଛି।”
ସେ କହିଥିଲେ ଯେ, ଭୌଗୋଳିକ, ଆôର୍ଥକ ଓ ରାଜନୈତିକ ପରିସ୍ଥିତିରେ ଭିନ୍ନତା ଥିବା ସତ୍ୱେ ସମସ୍ତ ଦେଶ ଅନେକ ସମାନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ଯାହାର ସମାଧାନ ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ। ବ୍ରିକ୍ସ ଆଲୋଚନା, ସହଯୋଗ ଏବଂ ଚିନ୍ତାଧାରା ଓ ସର୍ବୋତମ ପଦ୍ଧତିର ଆଦାନପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ପ୍ରଦାନ କରୁଛି। ଏହା ଦେଶଗୁଡ଼ିକୁ ସାମୂହିକ ସ୍ୱାର୍ଥ ଓ ସର୍ବସମ୍ମତ ସମାଧାନ ଦିଗରେ କାର୍ଯ୍ୟ କରିବାରେ ସହାୟତା କରୁଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ