ଲାଞ୍ଚ ମାମଲାରେ ଗିରଫ ସିଜିଏସଟି ଅଧୀକ୍ଷକଙ୍କ ଘରୁ ୧.୮୬ କୋଟି ଟଙ୍କାର ନଗଦ ଓ ସୁନାଗହଣା ଜବତ
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର (ସିଜିଏସ୍ଟି) ବିଭାଗର ଜଣେ ଅଧୀକ୍ଷକଙ୍କ ପଞ୍ଚକୁଲାସ୍ଥିତ ବାସଭବନରେ ଚଢ଼ାଉ କରି ପ୍ରାୟ ୧.୮୬ କୋଟି ଟଙ୍କାର ନଗଦ ଅର୍ଥ, ବିଦେଶୀ ମୁଦ୍ରା, ସୁନା ଓ ରୁପା ଜବତ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟ
सीबीआई ने रिश्वतखोरी के मामले में सोना और चांदी बरामद किया।


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା କେନ୍ଦ୍ରୀୟ ଦ୍ରବ୍ୟ ଓ ସେବା କର (ସିଜିଏସ୍ଟି) ବିଭାଗର ଜଣେ ଅଧୀକ୍ଷକଙ୍କ ପଞ୍ଚକୁଲାସ୍ଥିତ ବାସଭବନରେ ଚଢ଼ାଉ କରି ପ୍ରାୟ ୧.୮୬ କୋଟି ଟଙ୍କାର ନଗଦ ଅର୍ଥ, ବିଦେଶୀ ମୁଦ୍ରା, ସୁନା ଓ ରୁପା ଜବତ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅଭିଯୁକ୍ତ ଅଧୀକ୍ଷକଙ୍କୁ ୧୯ ନଭେମ୍ବର ୨୦୨୬ରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ହାତେନାତେ ଗିରଫ କରାଯାଇଥିଲା।

ସିବିଆଇର ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧୀକ୍ଷକ ଲବକୁଶ କୁମାରଙ୍କ ବିରୋଧରେ ୧୯ ନଭେମ୍ବରରେ ମାମଲା ରୁଜୁ କରାଯାଇଥିଲା। ଏକ ଘରୋଇ କମ୍ପାନୀ ବିରୋଧରେ ଜିଏସ୍ଟି କାର୍ଯ୍ୟାନୁଷ୍ଠାନରେ ଅନୁଚିତ ଫାଇଦା ପହଞ୍ଚାଇବା ବଦଳରେ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ପଞ୍ଚକୁଲାରେ ଜାଲ ବିଛାଇ ତାଙ୍କୁ ଗିରଫ କରାଯାଇଥିଲା।

୨୦ ନଭେମ୍ବରରେ ଅଭିଯୁକ୍ତଙ୍କ ବାସଭବନରେ ତଲାସୀ ନିଆଯାଇଥିଲା। ଏହି ସମୟରେ ୨୪.୨୯ ଲକ୍ଷ ଟଙ୍କାର ଭାରତୀୟ ମୁଦ୍ରା, ପ୍ରାୟ ୧୫.୬୫ ଲକ୍ଷ ଟଙ୍କା ସହ ସମାନ ବିଦେଶୀ ମୁଦ୍ରା ଏବଂ ପ୍ରାୟ ୧.୪୬ କୋଟି ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ସୁନା ବିସ୍କୁଟ୍ ଓ ରୁପା ଜବତ କରାଯାଇଥିଲା। ଜବତ ନଗଦ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୧.୮୬ କୋଟି ଟଙ୍କା ହେବ।

ତଲାସୀ ସମୟରେ ୬ଟି ବ୍ୟାଙ୍କ ଖାତା, ନିବେଶ ପୋର୍ଟଫୋଲିଓ, ଜୀବନ ବୀମା ପଲିସି ଏବଂ ଏକାଧିକ ସ୍ଥାବର ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ମଧ୍ୟ ମିଳିଛି। ଏହା ବ୍ୟତୀତ ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ଗାଡ଼ି ଏବଂ ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ ହୋଇଛି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଜବତ ହୋଇଥିବା ଆର୍ଥିକ ଓ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜଗୁଡ଼ିକର ଯାଞ୍ଚ ଚାଲିଛି। ଏହା ମାଧ୍ୟମରେ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତି, ନିବେଶ ଓ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ଜଣାପଡ଼ିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande