କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ-୨୦୨୬ ସହାୟତା ବଂଟନ ଜାରି, ୬୨,୮୫୬ ପରିବାର ଉପକୃତ
Cyclone Shelters News and photo from phulbani
ଫୋଟ ୨


ଫୋଟ


କନ୍ଧମାଳ, ୨୧ ନଭେମ୍ବର(ହି.ସ.) –କନ୍ଧମାଳ ଜିଲ୍ଲାରେ ଆକ୍ଭାନ୍ ବାତ୍ୟା ‘ଅର୍ଣ୍ଣବ-୨୦୨୬’ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ସହାୟତା ବଂଟନ ଜାରି ରହିଛି। ବାତ୍ୟାର ମୁକାବିଲା ଓ ଜରୁରୀକାଳୀନ ପରିଚାଳନା କାର୍ଯ୍ୟରେ ଜିଲ୍ଲାର ଅଧିକାରୀମାନେ ଗତ ଦୁଇଦିନ ଧରି ବ୍ୟସ୍ତ ରହିଥିବାରୁ ସହାୟତା ବଂଟନ କାର୍ଯ୍ୟ ସାମୟିକ ଭାବେ ବନ୍ଦ ରହିଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁନର୍ବାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ୨୧ ନଭେମ୍ବର ୨୦୨୬ ସୁଦ୍ଧା ଜିଲ୍ଲାରେ ୫୦ କେଜି ଚାଉଳ ପ୍ରତି ପରିବାର ହିସାବରେ ମୋଟ ୫,୧୮୫ଟି ପରିବାରକୁ ୨,୫୯୨.୫ କ୍ୱିଂଟାଲ ଚାଉଳ ବଣ୍ଟନ କରାଯାଇଛି। ସେହିପରି ପ୍ରତି ପରିବାରକୁ ୨,୫୦୦ ଟଙ୍କା ହିସାବରେ ମୋଟ ୧,୮୯,୧୨୭ଟି ପରିବାର ପାଇଁ ୪୭ କୋଟି ୨୮ ଲକ୍ଷ ୧୭ ହଜାର ୫୦୦ ଟଙ୍କାର ସହାୟତା ଆକଳନ କରାଯାଇଛି। ଏଥିମଧ୍ୟରୁ ୬୨,୮୫୬ଟି ପରିବାରକୁ ୧୫ କୋଟି ୭୧ ଲକ୍ଷ ୪୦ ହଜାର ଟଙ୍କା ବଂଟନ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହରାଂଚଳରେ ଅବଶିଷ୍ଟ ଯୋଗ୍ୟ ପରିବାରଙ୍କୁ ଯଥାଶୀଘ୍ର ସହାୟତା ପହଂଚାଇବା ସହ ବଂଟନ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande