ଦିଲ୍ଲୀ-ଏନ୍ସିଆର୍ରେ ପ୍ରଦୂଷଣରୁ ମିଳୁନି ଆଶ୍ୱସ୍ତି, ୨୭୯ରେ ପହଞ୍ଚିଲା ଏକ୍ୟୁଆଇ
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.): ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ସ୍ତର ପୁଣି ଥରେ ଚିନ୍ତା ବଢ଼ାଇବାରେ ଲାଗିଛି। ଶନିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ''ଖରାପ'' ଶ୍ରେଣୀରେ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ତଥ୍ୟ ଅନୁଯାୟୀ, ସକାଳ ୭
सांकेतिक


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.): ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ସ୍ତର ପୁଣି ଥରେ ଚିନ୍ତା ବଢ଼ାଇବାରେ ଲାଗିଛି। ଶନିବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା 'ଖରାପ' ଶ୍ରେଣୀରେ ରେକର୍ଡ କରାଯାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ତଥ୍ୟ ଅନୁଯାୟୀ, ସକାଳ ୭ଟାରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୨୭୯ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ରାଜଧାନୀର ଅନେକ ଅଞ୍ଚଳରେ ପ୍ରଦୂଷଣ ସ୍ତର ୩୦୦ ଅତିକ୍ରମ କରିଛି। ଏହି ଅଞ୍ଚଳଗୁଡ଼ିକରେ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରହିଛି।

ଦିଲ୍ଲୀର କେତେକ ପ୍ରମୁଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏମ୍ସରେ ଏକ୍ୟୁଆଇ ୩୬୯ ଏବଂ ଚାନ୍ଦନୀ ଚୌକରେ ୩୬୫ ରେକର୍ଡ କରାଯାଇଛି। ସେହିପରି ୱାଜିରପୁରରେ ୩୩୨, ଆନନ୍ଦ ବିହାରରେ ୩୨୭, ଆଇଆଇଟି ଦିଲ୍ଲୀରେ ୩୦୮ ଏବଂ ବାୱାନାରେ ୩୦୪ ଏକ୍ୟୁଆଇ ରେକର୍ଡ ହୋଇଛି। ଏହି ସବୁ ଅଞ୍ଚଳରେ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ଶ୍ରେଣୀକୁ ଖସିଯାଇଛି।

ଅନ୍ୟପକ୍ଷରେ, ଆର୍କେ ପୁରମରେ ଏକ୍ୟୁଆଇ ୨୭୪, ଆଇଜିଆଇ ବିମାନବନ୍ଦର (ଟି-୩)ରେ ୨୪୨, ନଜଫଗଡ଼ରେ ୨୩୬, ନରେଲାରେ ୨୪୫ ଏବଂ ଦ୍ୱାରକା ସେକ୍ଟର-୮ରେ ୨୪୧ ରେକର୍ଡ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ବାୟୁ ଗୁଣବତ୍ତା 'ଖରାପ' ଶ୍ରେଣୀରେ ରହିଛି।

ଦିଲ୍ଲୀ ସହିତ ଏନ୍ସିଆର୍ର ସହରଗୁଡ଼ିକରେ ମଧ୍ୟ ପ୍ରଦୂଷଣରୁ ଆଶ୍ୱସ୍ତି ମିଳୁନାହିଁ। ଶନିବାର ଗାଜିଆବାଦରେ ଏକ୍ୟୁଆଇ ୨୪୪ ଏବଂ ନୋଏଡାରେ ୨୫୫ ରେକର୍ଡ ହୋଇଛି। ସେହିପରି ଗ୍ରେଟର ନୋଏଡାରେ ଏକ୍ୟୁଆଇ ୧୯୭ ରହିଛି। ତେବେ ନୋଏଡାର ସେକ୍ଟର-୬୨ରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ଏଠାରେ ଏକ୍ୟୁଆଇ ୩୪୩ରେ ପହଞ୍ଚିଥିବା ବେଳେ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରେକର୍ଡ ହୋଇଛି।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ ସ୍ତର ୦ରୁ ୫୦ ମଧ୍ୟରେ ରହିଲେ 'ଭଲ', ୫୧ରୁ ୧୦୦ 'ସନ୍ତୋଷଜନକ', ୧୦୧ରୁ ୨୦୦ 'ମଧ୍ୟମ', ୨୦୧ରୁ ୩୦୦ 'ଖରାପ', ୩୦୧ରୁ ୪୦୦ 'ଅତ୍ୟନ୍ତ ଖରାପ' ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ 'ଗମ୍ଭୀର' ଶ୍ରେଣୀର ବୋଲି ବିବେଚନା କରାଯାଏ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande