ସଚେତନ ମତଦାତା ଗଠନ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସମ୍ପନ୍ନ
କେନ୍ଦୁଝର ୨୧ ନଭେମ୍ବର (ହି.ସ.) - ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ବୃଦ୍ଧି କରି ସଚେତନ ଓ ଦାୟିତ୍ୱବାନ ମତଦାତା ଗଠନ ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସମ୍ପନ୍ନ ହୋଇଯା
District level


କେନ୍ଦୁଝର ୨୧ ନଭେମ୍ବର (ହି.ସ.) - ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ବୃଦ୍ଧି କରି ସଚେତନ ଓ ଦାୟିତ୍ୱବାନ ମତଦାତା ଗଠନ ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସମ୍ପନ୍ନ ହୋଇଯାଇଛି।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଗଠିତ ଇଲେକ୍ଟୋରାଲ ଲିଟିରେସି କ୍ଲବ ମାଧ୍ୟମରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ-ତେଲକୋଇ, କେନ୍ଦୁଝର,ଘସିପୁରା, ଆନନ୍ଦପୁର, ପାଟଣା ଓ ଚମ୍ପୁଆର ମୋଟ ୧୯୨ଟି ଶିକ୍ଷାନୁଷ୍ଠାନରେ ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ନିବନ୍ଧ ପ୍ରତିଯୋଗିତାରେ ୩,୧୩୭ ଜଣ ଏବଂ କୁଇଜ୍ ପ୍ରତିଯୋଗିତାରେ ୪,୨୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ପରବର୍ତୀ ପର୍ଯ୍ୟାୟରେ ବିଧାନସଭାସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସ୍ତରରେ ନିବନ୍ଧ ପ୍ରତିଯୋଗିତାରେ ୩୫୧ ଜଣ ଏବଂ କୁଇଜ୍ ପ୍ରତିଯୋଗିତାରେ ୩୭୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିବନ୍ଧ ଓ କୁଇଜ୍ ବିଭାଗରେ ଶ୍ରେଷ୍ଠ ୧୦ ଜଣ ଲେଖାଏଁ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ।

ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ନିବନ୍ଧ ଓ କୁଇଜ୍ ବିଭାଗରେ ୬୦ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଫଳାଫଳ ଆଧାରରେ ଉଭୟ ବିଭାଗରେ ଶ୍ରେଷ୍ଠ ୧୦ ଜଣ ଲେଖାଏଁ ବିଜେତା ଚୟନ କରାଯାଇଥିଲା।

ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିର୍ବାଚନୀ ପ୍ରକ୍ରିୟା, ମତଦାନର ଗୁରୁତ୍ୱ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଥିଲା। ଏହା ସେମାନଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି ସହ ଭବିଷ୍ୟତରେ ସକ୍ରିୟ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ଉଠିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande