ବାତ୍ୟା ଅକଭାନ ସମୟରେ ଘାଟରେ ଶହଶହ ଯାତ୍ରୀ ଡଙ୍ଗାରେ ପାରି
କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଜମ୍ବୁ ଘାଟକୁ ପ୍ରଶାସନ ସମ୍ପୂର୍ଣ୍ଣ ବନ୍ଦ କରିଥିବାବେଳେ ଶୁକ୍ରବାର ଦିନ ବାତ୍ୟା ଅକଭାନର ପବନ ବର୍ଷା ସମୟରେ ଏହି ଘାଟରେ ଶହଶହ ଯାତ୍ରୀ ଡଙ୍ଗାରେ ପାରି ହେବା ସମୟରେ ଯାତ୍ରୀ ଓ ଘାଟିଆ ମଧ୍ୟରେ ମାରପିଟ୍ର ଦୃ
ବାତ୍ୟା ଅକଭାନ ସମୟରେ ଘାଟରେ ଶହଶହ ଯାତ୍ରୀ ଡଙ୍ଗାରେ ପାରି


କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଜମ୍ବୁ ଘାଟକୁ ପ୍ରଶାସନ ସମ୍ପୂର୍ଣ୍ଣ ବନ୍ଦ କରିଥିବାବେଳେ ଶୁକ୍ରବାର ଦିନ ବାତ୍ୟା ଅକଭାନର ପବନ ବର୍ଷା ସମୟରେ ଏହି ଘାଟରେ ଶହଶହ ଯାତ୍ରୀ ଡଙ୍ଗାରେ ପାରି ହେବା ସମୟରେ ଯାତ୍ରୀ ଓ ଘାଟିଆ ମଧ୍ୟରେ ମାରପିଟ୍ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯଦି ଏହି କୁମ୍ଭୀର ପ୍ରବଣ ନଦୀରେ କେହି ଯାତ୍ରୀ ବୁଡ଼ି ପ୍ରାଣ ହରାଇଥାନ୍ତେ ତେବେ କିଏ ଦାୟୀ ରହିଥାନ୍ତେ। ପ୍ରଶାସନ ନା ଘାଟିଆ। ସାଧାରଣରେ ଏବେ ଚର୍ଚ୍ଚା ଯୋର ଧରିଛି। ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଛନ୍ତି ବିଡ଼ିଓ ଓ ତହସିଲଦାରଙ୍କୁ ତଦନ୍ତ ପାଇଁ ଦାୟୀତ୍ୱ ଦିଆଯାଇଛି ଯଦି ଏଭଳି ବେନିୟମ କାର୍ଯ୍ୟ କେହି କରିଥାନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande