ଝାଡେଶ୍ୱରୀ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଝାରସୁଗୁଡ଼ା ଜିଲ୍ଲା ପାଠାଗାର ପରିଭ୍ରମଣ
Educational Visit of the Students of Jhadeswari Special School to the Jharsuguda District Library
ଝାଡେଶ୍ୱରୀ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଝାରସୁଗୁଡ଼ା ଜିଲ୍ଲା ପାଠାଗାର ପରିଭ୍ରମଣ


ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) - ବୁଡ଼ାପଡା ବୁରୋମାଲ ସ୍ଥିତ ଝାଡେଶ୍ୱରୀ ଦିବ୍ୟାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଝାରସୁଗୁଡ଼ା ଜିଲ୍ଲା ପାଠାଗାର ପରିଭ୍ରମଣ କରିଥିଲେ। ଏହି ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସ, ଜ୍ଞାନ ଆହରଣ ଓ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା। ପାଠାଗାରରେ ଥିବା ବିଭିନ୍ନ ପ୍ରକାରର ପୁସ୍ତକ, ପତ୍ରପତ୍ରିକା ଓ ଶିକ୍ଷଣୀୟ ସାମଗ୍ରୀ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇଥିଲେ। ପାଠାଗାରର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ପାଠାଗାରର କାର୍ଯ୍ୟ ପ୍ରଣାଳୀ ଓ ପୁସ୍ତକର ଉପଯୋଗିତା ବିଷୟରେ ବୁଝାଇଥିଲେ। ଏହି ପରିଦର୍ଶନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆନନ୍ଦଦାୟକ ଓ ଜ୍ଞାନବର୍ଦ୍ଧକ ଅନୁଭୂତି ହୋଇଥିଲା। ବିଦ୍ୟାଳୟର ସ୍ୱତନ୍ତ୍ର ଶିକ୍ଷୟିତ୍ରୀ ସ୍ୱାଗତିକା ନେତୃତ୍ୱ ନେଇଥିଲେ। ଏପରି ଶିକ୍ଷଣୀୟ ପରିଭ୍ରମଣ ଦିବ୍ୟାଙ୍ଗ ଶିଶୁମାନଙ୍କ ଆତ୍ମବିଶ୍ୱାସ, ଜ୍ଞାନ ଓ ସାମାଜିକ ଅନୁଭୂତି ବୃଦ୍ଧିରେ ସହାୟକ ହେବ ବୋଲି ବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande