ଏକମ୍ବା ଗ୍ରାମର ମହିଳାଙ୍କ ଅଭିଯୋଗ ପରେ ଅବକାରି ବିଭାଗର ଚଢାଉ
ଜୟପୁର, ୨୧ ନଭେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବା ଗ୍ରାମରେ ବେଆଇନ ମଦ କାରବାର ବନ୍ଦ କରିବାକୁ ଶୁକ୍ରବାର ଅଭିଯୋଗ କରିବା ପରେ ଆଜି ଅବକାରି ଥାନା ଚଢାଉ କରିଛି । ଜୟପୁର ଅବକାରି ଥାନା ଅଧିକାରି ସୁବ୍ରତ କେଶୋରି ହିରନ ଙ୍କ ନେତ୍ୃତ୍ୱରେ ମହିଳା ଙ୍କ ସହଯୋଗରେ ଚଢାଉ କରିଛି । ଚଢାଉ କ
ଏକମ୍ବା  ଗ୍ରାମର  ମହିଳାଙ୍କ ଅଭି ଯୋଗ ପରେ ଅବକାରି ବିଭାଗର ଚଢାଉ,


ଜୟପୁର, ୨୧ ନଭେମ୍ବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବା ଗ୍ରାମରେ ବେଆଇନ ମଦ କାରବାର ବନ୍ଦ କରିବାକୁ ଶୁକ୍ରବାର ଅଭିଯୋଗ କରିବା ପରେ ଆଜି ଅବକାରି ଥାନା ଚଢାଉ କରିଛି । ଜୟପୁର ଅବକାରି ଥାନା ଅଧିକାରି ସୁବ୍ରତ କେଶୋରି ହିରନ ଙ୍କ ନେତ୍ୃତ୍ୱରେ ମହିଳା ଙ୍କ ସହଯୋଗରେ ଚଢାଉ କରିଛି । ଚଢାଉ କରି ୧୭ ଶହ ଲିଟର ପୋଚ ଓ ୬୦ ଲିଟର ଦେଶି ମଦ ଓ ମଦ ରନ୍ଧା ସରଞ୍ଜାମକୁ ଜବତ କରିଛି । ଶୁକ୍ରବାର ମହିଳା ମାନେ ଏକତ୍ରିତ ହୋଇ ଜୟପୁର ଅବକାରି ଥାନା, ସଦର ଥାନା ଓ ଉପ ଜିଲାପାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜୟପୁର ଉପ ଜିଲାପାଳ ସୁଭ୍ରା ପଣ୍ଡା, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଓ ଅବକାରି ଥାନା ଅଧିକାରି ସୁବ୍ରତ କିଶାରି ହିରନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ମହିଳା ମାନେ ଅଭିଯୋଗ କରିଥିଲେ ଯେ ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବାରେ ପ୍ରଚୁର ମଦ ବିକ୍ରୀ ଚାଲିଛି । କମ ବୟସର ନାବାଳତ ମଧ୍ୟ ମଦ୍ୟ ପାନ କରୁଛନ୍ତି । ଘରର ପୁରୁଷ ମାନେ ମଧ୍ୟ ମଦ୍ୟପାନ କରୁଛନ୍ତି । ଘରେ ଘରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମରପିଟ ହୋଇ ଅଶାନ୍ତି ସୃଷ୍ଟି ହେଉଛି । ମଦ୍ୟପାନ କରି ଗାଡି ଚଳାଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ମଦ୍ୟପାନ କରି ହହୁ ଯୁବକ ମୃତ୍ୟୁ ବରଣ କରୁଛନ୍ତି। ମଦ୍ୟ ପାନ ଯୋଗୁଁ ଅନେକ ପରିବାର ଆର୍ôଥକ ଅନଟନ ପାରିବାରିକ ଆଶାନ୍ତି, ଘରୋଇ ହିଂସା ଓ ସ୍ୱାସ୍ଥ୍ୟଗତ ସମସ୍ୟା, ଦେଖା ଦେଉଛି । ଏହାର ସବୁ ଠାରୁ ଅଧିକ କୁ ପ୍ରଭାବ ମହିଳା, ଶିଶୁ ଓ ଅସହାୟ ପରିବାର ସଦସ୍ୟଙ୍କ ଉପରେ ପଡୁଛି । ଯୁବ ପିଢି ମଧ୍ୟ ନିଶାର କୁପ୍ରଭାବରେ ପ୍ରଭାବତି ହୋଇ ନିଜ ଭବିଷ୍ୟତ ଓ ଜୀବନର ମୁଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଏନେଇ ଗ୍ରାମରେ ମହିଳା ମାନେ ଅକତ୍ରିତ ହୋଇ ବୈଠକ କରି ଦେଶୀ ଓ ବିଦେଶୀ ମଦ ବନ୍ଦ କରିବାକୁ ନିଷ୍ପତି ନେବା ସବ ମଦ ବିକ୍ରୀ କରୁଥିବା ଲୋକଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଅପରପକ୍ଷେ ଅବକାରି ବିଭାଗ ଓ ପୋଲିସ ଏକମ୍ବା ଗ୍ରାମରେ ଚଢାଉ କରି ମଦ ବିକ୍ରେତା ମାନଙ୍କୁ ମଦ ବିକ୍ରୀ ବନ୍ଦ କରିବାକୁ ଚେତାବନି ଦେବା ପାଇଁ ମହିଳା ମାନେ ଅନୁରୋଧ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ଅବକାରି ବିଭାଗ ଚଢାଉ କରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande